ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ବିଶ୍ୱର ଆଉ ୨ ବୃହତ୍ତ ସଂସ୍ଥା ନିବେଶ କରିବା ନେଇ ଆଗେଇ ଆସିଛନ୍ତି। ଏହି କ୍ରମରେ ଜିଆଇସି ୫,୫୧୨ କୋଟି ଏବଂ ଟିପିଜି ୧୮୩୭ କୋଟି ଟଙ୍କା ନିବେଶ କରିବ ବୋଲି ରିଲାଏନ୍ସ ରିଟେଲ ପକ୍ଷରୁ ସୂଚନା ରହିଛି। ଉକ୍ତ ନିବେଶ ଫଳରେ ଜିଆଇସିକୁ ୧.୨୨% ଏବଂ ଟିପିଜିକୁ ୦.୪୧% ଇକ୍ୱିଟି ଅଂଶଧନ ମିଳିପାରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଟିପିଜିର ଏହା ଦ୍ୱିତୀୟ ବୃହତ୍ତ ପୁଞ୍ଜି ନିବେଶ। ଏହା ପୂର୍ବରୁ ଜିଓ ପ୍ଲାଟଫର୍ମରେ ଏହି ଏହି କମ୍ପାନୀ ୪୫୪୬ କୋଟି ଟଙ୍କା ନିବେଶ କରିଥିଲା। ଏହି ନିବେଶ ରିଟେଲ ଦୃଶ୍ୟପଟରେ ପରିବର୍ତ୍ତନ ଆଣିବା ଦିଗରେ ସହାୟକ ହେବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।