ଗ୍ୟାପ୍‌ ସହ ରିଲାଏନ୍ସ ରିଟେଲ୍‌ର ସହଯୋଗିତା ସ୍ଥାପନ

ମୁମ୍ବାଇ, ୭ା୭: ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍‌ ବ୍ରାଣ୍ଡ ଗ୍ୟାପ୍‌କୁ ଭାରତ ଆଣିବା ପାଇଁ ଗ୍ୟାପ୍‌ ଆଇଏନ୍‌ସି ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଦୀର୍ଘମିଆଦୀ ଫ୍ରାଞ୍ଚାଇଜ ବୁଝାମଣା ସହ ଭାରତରେ ସବୁ ମାଧ୍ୟମ ପାଇଁ ରିଲାଏନ୍ସ ରିଟେଲ୍‌ ଗ୍ୟାପ୍‌ର ଅଫିସିଆଲ ରିଟେଲର୍‌ରେ ପରିଣତ ହୋଇଛି। ସ୍ବତନ୍ତ୍ର ବ୍ରାଣ୍ଡ୍‌ ଷ୍ଟୋର୍‌, ମଲ୍‌ଟି ବ୍ରାଣ୍ଡ୍‌ ଷ୍ଟୋର୍‌ ଓ ଡିଜିଟାଲ୍‌ କମର୍ସ ପ୍ଲାଟଫର୍ମ ଆଦିର ମିଶ୍ରଣ ଜରିଆରେ ଭାରତୀୟ ଗ୍ରାହକମାନଙ୍କୁ ରିଲାଏନ୍ସ ରିଟେଲ୍‌ ଗ୍ୟାପ୍‌ର ସଦ୍ୟତମ ଫେସନ ଉପତ୍ାଦ ପ୍ରଦାନ କରିବ।
ସହଯୋଗିତାର ଲକ୍ଷ୍ୟ ହେଉଛି ଏକ ଅଗ୍ରଣୀ କାଜୁଆଲ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ୍‌ ଭାବେ ଗ୍ୟାପ୍‌ର ରହିଥିବା ସ୍ଥିତିକୁ ବ୍ୟବହାର କରିବା ଏବଂ ଦୃଢ଼ ଓମ୍‌ନି ଚ୍ୟାନେଲ ନେଟ୍‌ୱର୍କର ପରିଚାଳନା ଏବଂ ସ୍ଥାନୀୟ ଉପତ୍ାଦକୁ ବ୍ୟାପକ କରିବା ଏବଂ ସୋର୍ସିଂ ଦକ୍ଷତାକୁ ବଢ଼ାଇବାରେ ରିଲାଏନ୍ସ ରିଟେଲ୍‌ର ଦକ୍ଷତା ପ୍ରତିଷ୍ଠା କରିବା।
ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍‌ ଲିମିଟେଡ୍‌ର ଫେସନ୍‌ ଓ ଲାଇଫ୍‌ଷ୍ଟାଇଲ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, ଆମେ ଆମର ଗ୍ରାହକଙ୍କ ପାଇଁ ସଦ୍ୟତମ ଓ ଶ୍ରେଷ୍ଠ ଫେସନ୍‌ ଆଣୁଥିବାରୁ ଗର୍ବିତ ମନେ କରୁଛୁ। ଆମର ଫେସନ ଓ ଲାଇଫଷ୍ଟାଇଲ୍‌ ପୋର୍ଟଫୋଲିଓରେ ଆମେରିକୀୟ ବ୍ରାଣ୍ଡ୍‌ ଗ୍ୟାପ୍‌କୁ ସାମିଲ କରିବା ବିଷୟରେ ଘୋଷଣା କରି ବେଶ ଖୁସି ଅନୁଭବ କରୁଛୁ। ସେହିଭଳି ପ୍ରମୁଖ ଆନ୍ତର୍ଜାତିକ ବଜାରରେ ଗ୍ୟାପ୍‌ର ବ୍ୟବସାୟ ବଢ଼ାଇବାକୁ ଆମେ ଚାହୁଛୁ ବୋଲି ଗ୍ୟାପ୍‌ ଆଇଏନ୍‌ସିର ଆନ୍ତର୍ଜାତିକ ପରିଚାଳନା ନିର୍ଦ୍ଦେଶକ (ଗ୍ଲୋବାଲ ଲାଇସେନ୍ସିଂ ଆଣ୍ଡ୍‌ ହୋଲ୍‌ସେଲ୍‌) ଆଡ୍ରିଏନି ଗର୍ନାଡ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri