ମୁମ୍ବାଇ, ୭ା୭: ରିଲାଏନ୍ସ ରିଟେଲ୍ ଲିମିଟେଡ୍ ପକ୍ଷରୁ ଆମେରିକାର ପ୍ରସିଦ୍ଧ ଫେସନ୍ ବ୍ରାଣ୍ଡ ଗ୍ୟାପ୍କୁ ଭାରତ ଆଣିବା ପାଇଁ ଗ୍ୟାପ୍ ଆଇଏନ୍ସି ସହ ସହଯୋଗିତା ସ୍ଥାପନ କରାଯାଇଛି। ଏହି ଦୀର୍ଘମିଆଦୀ ଫ୍ରାଞ୍ଚାଇଜ ବୁଝାମଣା ସହ ଭାରତରେ ସବୁ ମାଧ୍ୟମ ପାଇଁ ରିଲାଏନ୍ସ ରିଟେଲ୍ ଗ୍ୟାପ୍ର ଅଫିସିଆଲ ରିଟେଲର୍ରେ ପରିଣତ ହୋଇଛି। ସ୍ବତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍, ମଲ୍ଟି ବ୍ରାଣ୍ଡ୍ ଷ୍ଟୋର୍ ଓ ଡିଜିଟାଲ୍ କମର୍ସ ପ୍ଲାଟଫର୍ମ ଆଦିର ମିଶ୍ରଣ ଜରିଆରେ ଭାରତୀୟ ଗ୍ରାହକମାନଙ୍କୁ ରିଲାଏନ୍ସ ରିଟେଲ୍ ଗ୍ୟାପ୍ର ସଦ୍ୟତମ ଫେସନ ଉପତ୍ାଦ ପ୍ରଦାନ କରିବ।
ସହଯୋଗିତାର ଲକ୍ଷ୍ୟ ହେଉଛି ଏକ ଅଗ୍ରଣୀ କାଜୁଆଲ ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ ଭାବେ ଗ୍ୟାପ୍ର ରହିଥିବା ସ୍ଥିତିକୁ ବ୍ୟବହାର କରିବା ଏବଂ ଦୃଢ଼ ଓମ୍ନି ଚ୍ୟାନେଲ ନେଟ୍ୱର୍କର ପରିଚାଳନା ଏବଂ ସ୍ଥାନୀୟ ଉପତ୍ାଦକୁ ବ୍ୟାପକ କରିବା ଏବଂ ସୋର୍ସିଂ ଦକ୍ଷତାକୁ ବଢ଼ାଇବାରେ ରିଲାଏନ୍ସ ରିଟେଲ୍ର ଦକ୍ଷତା ପ୍ରତିଷ୍ଠା କରିବା।
ଏ ସମ୍ପର୍କରେ ରିଲାଏନ୍ସ ରିଟେଲ୍ ଲିମିଟେଡ୍ର ଫେସନ୍ ଓ ଲାଇଫ୍ଷ୍ଟାଇଲ ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି, ଆମେ ଆମର ଗ୍ରାହକଙ୍କ ପାଇଁ ସଦ୍ୟତମ ଓ ଶ୍ରେଷ୍ଠ ଫେସନ୍ ଆଣୁଥିବାରୁ ଗର୍ବିତ ମନେ କରୁଛୁ। ଆମର ଫେସନ ଓ ଲାଇଫଷ୍ଟାଇଲ୍ ପୋର୍ଟଫୋଲିଓରେ ଆମେରିକୀୟ ବ୍ରାଣ୍ଡ୍ ଗ୍ୟାପ୍କୁ ସାମିଲ କରିବା ବିଷୟରେ ଘୋଷଣା କରି ବେଶ ଖୁସି ଅନୁଭବ କରୁଛୁ। ସେହିଭଳି ପ୍ରମୁଖ ଆନ୍ତର୍ଜାତିକ ବଜାରରେ ଗ୍ୟାପ୍ର ବ୍ୟବସାୟ ବଢ଼ାଇବାକୁ ଆମେ ଚାହୁଛୁ ବୋଲି ଗ୍ୟାପ୍ ଆଇଏନ୍ସିର ଆନ୍ତର୍ଜାତିକ ପରିଚାଳନା ନିର୍ଦ୍ଦେଶକ (ଗ୍ଲୋବାଲ ଲାଇସେନ୍ସିଂ ଆଣ୍ଡ୍ ହୋଲ୍ସେଲ୍) ଆଡ୍ରିଏନି ଗର୍ନାଡ୍ କହିଛନ୍ତି।