Categories: ବାଣିଜ୍ୟ

ଫ୍ୟୁଚର ଗ୍ରୁପ୍‌ର ୨୦୦ଷ୍ଟୋରକୁ ରିଲାଏନ୍ସର ଅଧିଗ୍ରହଣ

ମୁମ୍ବାଇ, ୨୭।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପ୍ରାୟ ୩୦,୦୦୦ ଫ୍ୟୁଚର ରିଟେଲ ଏବଂ ଫ୍ୟୁଚର ଲାଇଫଷ୍ଟାଇଲର କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି। ସେହିଭଳି ଫ୍ୟୁଚର ଗ୍ରୁପ୍‌ର ୨୦୦ରୁ ଊର୍ଦ୍ଧ୍ୱ ଷ୍ଟୋରକୁ ମଧ୍ୟ ରିଲାଏନ୍ସ ଅଧିଗ୍ରହଣ କରିଛି। ବର୍ତ୍ତମାନ ସେସବୁ ରିଲାଏନ୍ସ ଷ୍ଟୋର ଭାବେ ପୁନଃ ବ୍ରାଣ୍ଡେଡ୍‌ ହେଉଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୦ରେ ଜମି ମାଲିକମାନେ ଫ୍ୟୁଚର ଗ୍ରୁପ୍‌ ସହିତ ଲିଜ୍‌ ଚୁକ୍ତିନାମାକୁ ବାତିଲ କରିଦେଇଥିଲେ। ଏପରିକି ଅନେକ ଜମି ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ନିକଟରେ ପହଞ୍ଚତ୍ବା ସହ ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ରିଲାଏନ୍ସ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ।

Share