ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍ ଲାଭ ୧୨.୬% ବଢି ୧୩,୧୦୧ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ରିଲାଏନ୍ସ ଜିଓର ନେଟ୍ ଲାଭ ୧୫.୫% ବଢି ୩,୪୮୯ କୋଟି ଟଙ୍କା ରହିଛି। ଏହାବାଦ ରିଲାଏନ୍ସ ରିଟେଲ ରାଜସ୍ବ ୧୮.୭% ଖସିଛି। ଜିଓ ପ୍ଲାଟଫର୍ମରେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଶୁଭାରମ୍ଭ ସହ ଏହାକୁ ସୁଲଭ କରିବା ଦିଗରେ ଉଦ୍ୟମ ଜାରି ରହିଥିବା କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି।