ସାରା ଦେଶରେ ରିଲାଏନ୍ସର ସ୍ବଚ୍ଛତା ଅଭିଯାନ

ଭୁବନେଶ୍ୱର,୭।୧୦(ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ(ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଉଇ କେୟାର ଫର୍‌ ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ୭୫,୦୦୦ ରୁ ଅଧିକ ରିଲାଏନ୍ସ ସ୍ବେଚ୍ଛାସେବୀ ଦେଶବ୍ୟାପୀ ସ୍ବଚ୍ଛତା ହିଁ ସେବା ଜନ ଆନ୍ଦୋଳନର ଏକ ଅଂଶ ଭାବେ ୪,୧୦୦ ସ୍ଥାନରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୯ ହଜାରରୁ ଅଧିକ ରିଲାଏନ୍ସ କର୍ମଚାରୀ ସାମିଲ ଥିବାବେଳେ ପ୍ରାୟ ୧୬ ହଜାର ସାଧାରଣ ଲୋକ ରିଲାଏନ୍ସ ଫାଉଣ୍ଡେଶନର ବିଭିନ୍ନ ଅଭିଯାନ ସହିତ ଜଡିତ ଅଛନ୍ତି। ସେହିଭଳି ରିଲାଏନ୍ସ କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ଏବଂ ସମୁଦାୟର ଲୋକମାନେ ମଧ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୭ ହଜାରରୁ ଅଧିକ ଚାରା ରୋପଣ କରାଯାଇଥିଲା।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, ରିଲାଏନ୍ସ ପାଇଁ ସ୍ବଚ୍ଛ ଭାରତ କେବଳ ଏକ ମିଶନ ନୁହେଁ, ରିଲାଏନ୍ସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପରିବେଶର ଯତ୍ନ ନେବା ଲାଗି ଏହା ଏକ ସୁଯୋଗ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଚଳିତ ବର୍ଷ ଭାରତ ସରକାରଙ୍କ ସ୍ବଚ୍ଛତା ହିଁ ସେବା ଅଭିଯାନରେ ଆମର ଅଂଶଗ୍ରହଣ ଏକ ଦଶନ୍ଧି ସମ୍ପୂର୍ଣ୍ଣ କରିଛି। ଏପରିକି ରିଲାଏନ୍ସ ପରିବ୍ୟବସ୍ଥାରେ ସନ୍ନିବେଶିତ ଉଇ କେୟାର ଦର୍ଶନ ଅନ୍ତର୍ଗତ ଆମର ଅଭିଯାନ ଏକ ସ୍ବଚ୍ଛ ଏବଂ ସବୁଜ ଭାରତର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସମଗ୍ର ଭାରତରେ ସ୍ବଚ୍ଛତା ପାଇଁ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ଅଭିଯାନରେ ଯୋଗଦେବା ପାଇଁ ଜନସମୁଦାୟକୁ ଉତ୍ସାହିତ କରିବା ଆମର ମୂଳ ଲକ୍ଷ୍ୟ ଥିଲା। ଉଲ୍ଲେଖଯୋଗ୍ୟ, ୨୦୨୪ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ମଧ୍ୟରେ ବିଭିନ୍ନ ପ୍ରମୁଖ ଆବାସିକ ଅଞ୍ଚଳ, ବିଦ୍ୟାଳୟ, ବଜାର, ବେଳାଭୂମି, ଧାର୍ମିକ ସ୍ଥଳ, ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ, ରାସ୍ତା, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ବ୍ୟତୀତ ରିଲାଏନ୍ସ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ସଚେତନତା କୁଇଜ୍‌, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୩୦,୦୦୦ ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ କରିବାରେ ଇଂଲଣ୍ଡ ପ୍ରଥମ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ଅକ୍ଟୋବର ପହିଲାରେ ଇଂଲଣ୍ଡ (ୟୁକେ) ଏହାର ଶେଷ କୋଇଲା ଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ କରି କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନକୁ ସମ୍ପୂର୍ଣ୍ଣ...

ରେପୋରେଟ୍‌ ହାର ପରିବର୍ତ୍ତନ ଆଶା କ୍ଷୀଣ

ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ...

ଆମାଜନ ଗୋଲ୍ଡ ଭାଉଚରର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦: ଚଳିତ ପାର୍ବଣ ଋତୁରେ ସୁନା, ରୁପା ଓ ମୂଲ୍ୟବାନ ଅଳଙ୍କାର କ୍ରୟ କରିବା ସହିତ ପ୍ରିୟଜନଙ୍କୁ ଉପହାର ଦେବା ପାଇଁ ଆମାଜନ ଗୋଲ୍ଡ ଭାଉଚର...

ଚଳିତ ଆର୍ଥିକ ବର୍ଷରେ ୧୦,୦୦୦ ନୂଆ କର୍ମଚାରୀ ନିଯୁକ୍ତ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ,୬ା୧୦: ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସାଧାରଣ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ବୈଷୟିକ...

ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…

ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍‌(ଏଫ୍‌ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଫେଷ୍ଟିଭାଲ ଅଫର

ଭୁବନେଶ୍ୱର,୫।୧୦: ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ରାଜ୍‌ ଇଲେକ୍ଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ଫେଷ୍ଟିଭାଲ ଅଫର’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଦୀର୍ଘ ୩୬ ବର୍ଷ ଧରି ସମଗ୍ର...

ତନିସ୍କର ନୂତନ କଲେକ୍ସନ ‘ନବ-ରାଣୀ’

ଭୁବନେଶ୍ୱର,୫।୧୦: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଭାରତୀୟ ଗହଣା ବ୍ରାଣ୍ଡ ତନିସ୍କର ନୂତନ କଲେକ୍ସନ (ଫେଷ୍ଟିଭ୍‌ କଲେକ୍ସନ)‘ନବ-ରାଣୀ’ସମ୍ଭାରର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଆଧୁନିକ...

ଆଲିଶାନ୍‌ର ‘ପୂଜା ପାୱାର’ ଅଫର

ଭୁବନେଶ୍ୱର,୫।୧୦: ଭୁବନେଶ୍ୱରର ଅଗ୍ରଣୀ ଗାର୍ମେଣ୍ଟ ବ୍ରାଣ୍ଡ ତଥା ସ୍ବତଃ ପୁରୁଷ (ମେନ୍ସ ଏକ୍ସକ୍ଲୁସିଭ) ପରିଧାନ ଶୋ’ରୁମ୍‌ ଆଲିଶାନ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଅଫର ‘ପୂଜା ପାୱାର’ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri