ଚାଇନାରେ କରୋନା କଟକଣା କୋହଳ…

ବେଜିଂ,୭।୧୨ : ଚାଇନାରେ ଶୂନ କୋଭିଡ ନୀତି ବିରୋଧରେ ଲୋକମାନେ ପ୍ରଦର୍ଶନ କରିବା ପରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ମୁଣ୍ଡ ନୋଇଛନ୍ତି। ସୂଚନାନୁସାରେ, ଚାଇନାରେ ଏବେ କରୋନା କଟକଣା କୋହଳ ହୋଇଛି। ଫଳରେ ଲୋକେ ବର୍ତ୍ତମାନ କ୍ୱାରାଣ୍ଟାଇନ ଏବଂ ଲକଡାଉନରୁ ମୁକ୍ତି ପାଇଛନ୍ତି।

ସରକାର କହିଛନ୍ତି ଯେ ନାଗରିକମାନଙ୍କୁ ବର୍ତ୍ତମାନ ସେମାନଙ୍କ ଘରେ କ୍ୱାରାଣ୍ଟାଇନରେ ରଖିବାକୁ ଅନୁମତି ଦିଆଯାଇଛି। କୁହାଯାଇଛି ଯେ ଯେଉଁମାନଙ୍କର ସାମାନ୍ୟ କିମ୍ବା କୌଣସି ଲକ୍ଷଣ ନାହିଁ ସେମାନେ ଘରେ ରହି ସେମାନଙ୍କର ଚିକିତ୍ସା କରିପାରିବେ।

ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ ପିସିଆର ପରୀକ୍ଷା ମଧ୍ୟ ବନ୍ଦ କରାଯାଇଛି। କେବଳ ସ୍କୁଲ ଏବଂ ଡାକ୍ତରଖାନାରେ ପିସିଆର ପରୀକ୍ଷା ବାଧ୍ୟତାମୂଳକ ହେବ। ଚାଇନାର କଠୋର କରୋନା ନିୟମରେ ଏହି ପରିବର୍ତ୍ତନ ଅନେକ ସହରରେ ପ୍ରଦର୍ଶନ ପରେ ଘଟିଛି ।

Share