Categories: Uncategorized

ମାଇଗ୍ରେନ୍‌ରୁ ମିଳିବ ମୁକ୍ତି

ମୁଣ୍ଡର ଏକ ନିର୍ଦ୍ଦିଷ୍ଟ ଭାଗ ବିନ୍ଧାହେଲେ ତାହା ମାଇଗ୍ରେନ୍‌ ବୋଲି କୁହାଯାଏ। ଏହି ସମସ୍ୟା କିଛି ମିନିଟ୍‌ କିମ୍ବା କିଛି ଘଣ୍ଟାରେ ଭଲ ହୋଇ ନ ଥାଏ। ବେଳେବେଳେ ୨ଦିନ ପର୍ଯ୍ୟନ୍ତ ଏହା ଭଲ ହୋଇ ନ ଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ…
ଏକ ଗ୍ଲାସ ଉଷୁମ ପାଣିରେ କିଛି ଲବଙ୍ଗ ଗୁଣ୍ଡ ପକାଇ ରାତିରୁ ଭିଜାଇ ଦିଅନ୍ତୁ। ଏହି ପାଣିକୁ ସକାଳୁ ପିଇବା ଫଳରେ ମୁଣ୍ଡବିନ୍ଧା ସମ୍ପୂର୍ଣ୍ଣ ଭଲ ହୋଇଯିବ।
ଠିକ୍‌ ସମୟରେ ଖାଆନ୍ତୁ ଓ ରାତିରେ ଠିକ୍‌ ସମୟରେ ଶୁଅନ୍ତୁ। କାରଣ ଏହି ଲାଇଫ୍‌ଷ୍ଟାଇଲ୍‌ରେ ଅନିୟମିତତା ହିଁ ମାଇଗ୍ରେନ୍‌ର ମୁଖ୍ୟ କାରଣ ହୋଇଥାଏ।
କୌଣସି ଚିନ୍ତା କିମ୍ବା ହରମୋନ୍‌ ପରିବର୍ତ୍ତନ ହେଲେ ମାଇଗ୍ରେନ୍‌ ହୋଇଥାଏ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।
ବେଳେବେଳେ କିଛି ଦୁର୍ଗନ୍ଧ ପାଇଁ ମଧ୍ୟ ମୁଣ୍ଡବିନ୍ଧା ହୋଇଥାଏ। ଏଥିପ୍ରତି ଧ୍ୟାନ ଦେଇ ଏହାର ନିରାକରଣ କରନ୍ତୁ।