୨ ଦିନ ହେଲାଣି ୧୫ ପରିବାରଙ୍କୁ ମିଳିନି ରିଲିଫ୍‌

ଆରଡ଼ି,୨୭।୫: ବାତ୍ୟା ୟାସ ଯୋଗୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁରେ ପାଣି ମାଡିଯାଇଛି। ଫଳରେ ସାଳନ୍ଦୀ ନଦୀ କୂଳ ଗାଁ ରାସ୍ତାପାର୍ଶ୍ୱରେ ବସବାସ କରୁଥିବା ପ୍ରାୟ ୧୫ ପରିବାର ପାଣି ଘେରରେ ରହିଛନ୍ତି। ସରକାରୀସ୍ତରରେ କୌଣସି ସହାୟତା ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବାତ୍ୟା ପୂର୍ବଦିନ ଓ ବାତ୍ୟା ଦିନ ସେମାନଙ୍କୁ ରନ୍ଧାଖାଦ୍ୟ ଦୂରର କଥା ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ପ୍ରକାଶ କରିଛନ୍ତି। ବାତ୍ୟା ପୂର୍ବଦିନ ୧୫ ପରିବାର ବିପଦରେ ପଡ଼ିବେ ବୋଲି ଆଶଙ୍କା କରି ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ନିବେଦନ କରିଥିଲେ ବି ସେମାନେ ଶୁଣି ନ ଥିବା କହିଛନ୍ତି ସରପଞ୍ଚ ଅରବିନ୍ଦ ପାଢ଼ୀ। ସରକାରୀ ନିୟମ ଅନୁସାରେ ଯେଉଁମାନେ ନିଜ ଘରୁ ନିରାପଦ ସ୍ଥାନକୁ ଯାଇନାହାନ୍ତି ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଇପାରିବ ନାହିଁ। ତେବେ ରିଲିଫ ଆସିଲେ ସେମାନଙ୍କୁ ତୁରନ୍ତ ପ୍ରଦାନ କରାଯିବ ବୋଲି ବୋଲି ସେ କହିଛନ୍ତି। ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ କହିଛନ୍ତି, ଦିନେ କିମ୍ବା ଦୁଇଦିନ ପରେ ବାତ୍ୟା ସ୍ଥିତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡଡୁବାଡା ଲଭର୍ସ ପଏଣ୍ଟରେ ଜମୁଛି ଭିଡ଼, ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ। ଏଠାରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ ସେଥିରୁ...

ଦାରିଙ୍ଗବାଡ଼ିରେ ଚଳିତବର୍ଷର ପ୍ରଥମ ତୁଷାରପାତ, ଶୀତ ଲହରୀ ଜାରି

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ପାଇବା ସହ ଚଳିତ ବର୍ଷ ପ୍ରଥମଥର ପାଇଁ...

ମହିଳାଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଧରାଇଲା ୟୁପିଆଇ ପେମେଣ୍ଟ, ସ୍ବାମୀଙ୍କ ସମେତ ୩ ଗିରଫ

କଟକ/କଟକ ସଦର,୧୬ା୧୨(କାର୍ତ୍ତିକ ସାହୁ/ ସୁଶାନ୍ତ କୁମାର ଜେନା): ହତ୍ୟାର ଶିକାର ମହିଳା ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଭିତର ସୋବଳା ଗ୍ରାମର ପଦ୍ମାବତୀ...

ଗାଡ଼ି ଧକ୍କାରେ ଚାଲିଗଲା ଶିଶୁଙ୍କ ଜୀବନ, ବାପା ଗୁରୁତର

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ହାଇସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ବାପ ଓ...

ରାଜ୍ୟର ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟ କାର୍ଡ: ମନ୍ତ୍ରୀ ମହାଲିଙ୍ଗ

ଭୁବନେଶ୍ୱର, ୧୫ା୧୨: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହେବ। ରାଜ୍ୟର ୩ କୋଟି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଦିଆଯିବ। ମିଶନ ମୋଡ୍‌ରେ...

ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌

ଭୁବନେଶ୍ୱର,୧୫ା୧୨: ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ର଼୍ୟାଙ୍କ ପାଇଥିବା ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୨୪ ନମ୍ବର ର଼୍ୟାଙ୍କରେ...

ଭାଜପା ନେତାଙ୍କ ଉପରେ ମାଡ଼ିଗଲା ଯାତ୍ରିବାହୀ  ବସ୍‌

ଭଦ୍ରକ/ବନ୍ତ,୧୫ା୧୨(ସନାତନ ରାଉତ/ହରିନାରାୟଣ ମହାନ୍ତି)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ଜାଗୁଳାଇପଦା ଛକରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ମାଡ଼ିଯିବାରୁ...

ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌: ବାଟରେ ଫାଟିଗଲା ଚକ, ଆଉ ତା’ପରେ…

ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri