Categories: ଜାତୀୟ

ପିଏମ କେୟାର୍ସ ପାଣ୍ଠିରୁ କରାଯାଉ ବନ୍ୟା ପୀଡ଼ିତଙ୍କ ସହାୟତା: କଂଗ୍ରେସ…

ନୂଆଦିଲ୍ଲୀ,୧୦।୭ : ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ହେତୁ ପରିସ୍ଥିତି ବିଗିଡି ଯାଇଛି। ଏହି ସମୟରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ହିମାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରୁ ଅତିରିକ୍ତ ରିଲିଫ ରାଶି ପ୍ରଦାନ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି।

ସୋମବାର ସକାଳେ ଟୁଇଟ କରି ହିମାଚଳ ପ୍ରଦେଶର ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରି ସେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ନିଜନିଜ ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୀଡିତଙ୍କୁ ସାହାଯ୍ୟ କରିବାକୁ ଖାର୍ଗେ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଏହି କଷ୍ଟ ସମୟରେ ସେ ପ୍ରଭାବିତ ଲୋକଙ୍କ ସହ ଅଛନ୍ତି।

ଖାର୍ଗେ କହିଛନ୍ତି ହିମାଚଳ ପ୍ରଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସହ ମଧ୍ୟ କଥା ହୋଇଛନ୍ତି। ରାଜ୍ୟରେ ରିଲିଫ କାର୍ଯ୍ୟ ତ୍ୱରାନୱିତ ହୋଇଛି ଏବଂ ପ୍ରବଳ ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି । ଏସଡିଆରଏଫ ଏବଂ ଏନଡିଆରଏଫ ଦଳ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ଏବଂ ଜୀବନ ଏବଂ ସମ୍ପତ୍ତିର କ୍ଷତି ପୂରଣ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯିବ। ଆମେ ସମସ୍ତ କଂଗ୍ରେସ ବିଧାୟକମାନଙ୍କୁ ସେମାନଙ୍କ ଅଞ୍ଚଳରେ ପ୍ରଭାବିତ ଲୋକଙ୍କୁ ପ୍ରତ୍ୟେକ ଦିଗରେ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛୁ। ସମସ୍ତ କଂଗ୍ରେସ କର୍ମୀଙ୍କୁ ବନ୍ୟା ସାହାଯ୍ୟରେ ସେମାନଙ୍କର ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି।

Share