ଧର୍ମାନ୍ଧତା

ଆକାର ପଟେଲ

ବହୁ ବର୍ଷ ତଳେ ପାକିସ୍ତାନ ଯାଇ ତା’ଉପରେ ଅନୁଧ୍ୟାନ କରିବା ସହ ସେଠାକାର ଖବରକାଗଜରେ ଲେଖିବାର ସୁଯୋଗ ପାଇଥିଲି। ବାଂଲାଦେଶ ଗଠନ ହେବା ଠାରୁ ରାଷ୍ଟ୍ରପତି ଜେନେରାଲ ଜିଆଉଲ୍‌ ହକ୍‌ଙ୍କ ବିଦାୟ ପର୍ଯ୍ୟନ୍ତ ସେହି ୨୦ ବର୍ଷ ମଧ୍ୟରେ ପାକିସ୍ତାନରେ କ’ଣ ଘଟିଥିଲା ତାହା ଜାଣିବାକୁ ମୋର ବିଶେଷ ଆଗ୍ରହ ଥିଲା। ସେହି ସମୟ ପୂର୍ବରୁ ପାକିସ୍ତାନ ନିଜକୁ ଇସଲାମୀକରଣ କରିବାକୁ ଚେଷ୍ଟା କରିଥିଲେ ବି ସେଥିରେ ବିଫଳ ହୋଇଥିଲା। ଏପରିକି ଆଜି ମଧ୍ୟ ପାକିସ୍ତାନର ଆଇନଗୁଡ଼ିକ ଭାରତ ଭଳି ସମାନ ରହିଛି ଏବଂ ଲାହୋର, କରାଚୀ ଏବଂ ପେଶାଓ୍ବରରେ ଲୋକେ ଅନୁଚ୍ଛେଦ ୪୨୦,୩୦୨ ଓ ୧୪୪ ସମ୍ପର୍କରେ ଅବଗତ ଅଛନ୍ତି। କାରଣ, ଉନବିଂଶ ଶତାବ୍ଦୀରେ ଏହି ଉପମହାଦେଶର ଅପରାଧ ଆଇନ ମାକ୍ୟୁଲେଙ୍କ ଦ୍ୱାରା ଲେଖାଯାଇଥିଲା। ସେ ଥିଲେ ଜଣେ ଇଂରେଜ। ଏବେ ମଧ୍ୟ ଦିଲ୍ଲୀ ଭଳି ଢାକାରେ ଲାଗୁ କରାଯାଇଥିବା ଅନୁଚ୍ଛେଦ ୧୫୩-ଏ ଶତ୍ରୁତା ବଢ଼ାଉଛି। ତେବେ ୧୯୭୦ ଓ ୧୯୮୦ ଦଶନ୍ଧିରେ ପାକିସ୍ତାନ ଏହାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲା। ଏହି ଦୁଇ ଦଶନ୍ଧିରେ ଏହା ଇସଲାମୀୟ ଦଣ୍ଡବିଧି ଶରିୟାତ ଆଇନ ଆରମ୍ଭ କରିଥିଲା। ଶରିୟାତ ଆଇନରେ ମଦ୍ୟପଙ୍କୁ ସର୍ବସାଧାରଣରେ ଚାବୁକ କିମ୍ବା ଲାଠିିରେ ଆଘାତ କରିବା, ବ୍ୟଭିଚାର ପାଇଁ ପଥର ଫିଙ୍ଗି ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ହୋଇଥିଲା। ଚୋରି ଡକାୟତି ଲାଗି ଡାହାଣ ହାତବଳା/ କଚଟିଠାରୁ କାଟି ଅଲଗା କରିବା ଭଳି ଜଘନ୍ୟ ଦଣ୍ଡବିଧାନ କରାଯାଇଥିଲା। ସେହି ଲୋକ ଦ୍ୱିତୀୟ ଅପରାଧ କଲେ ତା’ର ଗୋଇଠିରୁ ପାଦକୁ କାଟି ଅଲଗା କରିଦେବାର ବ୍ୟବସ୍ଥା ଥିଲା। ହେଲେ ପାକିସ୍ତାନରେ ଏଭଳି ଭୟଙ୍କର ଦଣ୍ଡ ଲାଗୁ କରାଯାଇ ନ ଥିଲା। ଏହି ଦଣ୍ଡ କେବଳ ପୁସ୍ତକରେ ହିଁ ସୀମିତ ରହିଗଲା। ସମୟକ୍ରମେ ପାକିସ୍ତାନ ଏହାର ଆଇନକୁ ଧାର୍ମିକ ଶିକୁଳିରୁ ମୁକ୍ତ କରି ଧର୍ମନିରପେକ୍ଷ କରିବାକୁ ଲାଗିଲା। ଜେନେରାଲ ପରଭେଜ୍‌ ମୁଶରଫ ରାଷ୍ଟ୍ରପତି ଥିବାବେଳେ ବଳାକତ୍ାର ସମେତ କିଛି ଅପରାଧକୁ ଶରିୟାତ ଆଇନରୁ ମୁକ୍ତ କରି ପାକିସ୍ତାନ ପେନାଲ କୋଡ୍‌କୁ ଫେରାଇ ଅଣାଗଲା। ଏହା ପଛରେ ଅବଶ୍ୟ କାରଣ ରହିଛି। ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକ ‘ସ୍ବାଧୀନତା’ ଶବ୍ଦକୁ ଯେଭଳିି ବିଚାର କରନ୍ତି ସେହି ‘ସ୍ବାଧୀନତା’ ପାକିସ୍ତାନର ଆଇନଗୁଡ଼ିକ ସହ ଜଡ଼ିତ ରହିଛି। ଏହାଯୋଗୁ ସେହି ଆଇନଗୁଡ଼ିକୁ ଗ୍ରହଣ କରିବା ବ୍ୟତୀତ ତା ’ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଠାରେ ଏହା କହିବାର କାରଣ ହେଉଛି, ଭାରତ ଏବେ ସମାନ ପ୍ରକାର ସମୟ ଦେଇ ଗତି କରୁଛି, ଯାହା ପାକିସ୍ତାନ ସେହି ୨୦ ବର୍ଷରେ କରିଥିଲା। ପାକିସ୍ତାନ ଏହାର ସଂଖ୍ୟାଲଘୁ ହିନ୍ଦୁଙ୍କୁ ଯେମିତି ରାଜନୀତିରୁ ବାଦ୍‌ ଦେଇଥିଲା ଏବେ ଭାରତ ତା’ସଂଖ୍ୟାଲଘୁଙ୍କୁ ସେମିତି ଅଣଦେଖା କରୁଛି। ଭାରତରେ ଏବେ କୌଣସି ମୁସଲମାନ ମୁଖ୍ୟମନ୍ତ୍ରୀ ନାହାନ୍ତି। ଶାସକ ଦଳର ୩୦୩ ଲୋକସଭା ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ମୁସଲମାନ ନାହାନ୍ତି। ୧୫ଟି ରାଜ୍ୟରେ କେବେ ବି ମୁସଲମାନ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି।
ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ଅନେକ ରାଜ୍ୟ ୨୦୧୪ ପରେ ସଂଖ୍ୟାଲଘୁ ବିଶେଷକରି ମୁସଲମାନଙ୍କୁ ଟାର୍ଗେଟ କରି ଆଇନ ପ୍ରଣୟନ କରିଛନ୍ତି। ଭାଜପା ଶାସିତ ମହାରାଷ୍ଟ୍ର ଏବଂ ହରିୟାଣା ସରକାର ଗୋମାଂସ ରଖିବା ଏକ ଅପରାଧ ବୋଲି ଆଇନ ଆଣିବା ଯୋଗୁ ଲଗାତର ଭିଡ଼ହିଂସା ଘଟଣା ଘଟୁଛି। ଗୁଜରାଟରେ ଗୋହତ୍ୟାକୁ ଏକ ଆର୍ଥିକ ଅପରାଧ ଭାବେ ଗଣାଯାଇ ସେଥିଲାଗି ଆଜୀବନ ଜେଲ୍‌ଦଣ୍ଡର ପ୍ରାବଧାନ କରାଯାଇଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଆନ୍ତଃଧର୍ମୀୟ ବିବାହକୁ ଭାଜପା ଶାସିତ ଉତ୍ତରାଖଣ୍ଡ (୨୦୧୮), ହିମାଚଳପ୍ରଦେଶ(୨୦୧୯), ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ (୨୦୨୦) ଏବଂ ଗୁଜରାଟ (୨୦୨୧)ରେ ଅପରାଧୀକରଣ କରାଯାଇଛି। ଉତ୍ତରପ୍ରଦେଶ(ୟୁପି) ପ୍ରତିବାଦକାରୀଙ୍କ ସମ୍ପତ୍ତି ଜବତ କରିବା ଲାଗି ଆଇନ ଗଢିଛି ଓ ମଧ୍ୟପ୍ରଦେଶ ଏଭଳି ଏକ ଆଇନ ଆଣିବ ବୋଲି ଚଳିତ ସପ୍ତାହରେ କହିଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆନ୍ଦୋଳନ କରୁଥିତ୍ବା ଅନେକ ମୁସଲମାନଙ୍କ ମୃତ୍ୟୁ ଘଟିବା ପରେ ୟୁପିରେ ଏହି ଆଇନ ଅଣାଯାଇଥିଲା। ସିଏଏ ମୁସଲମାନଙ୍କୁ ଟାର୍ଗେଟ କରୁଛି। ଏହାସହ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଏକ ସଣ୍ଡୁଆଶି ଭଳି ମୁସଲମାନଙ୍କୁ ଚାପି ଧରିଛି ଯାହା ଦେଖିବାକୁ ମିଳିଛି ଆସାମରେ।
ଯେଉଁମାନେ ସେହି ସମୟରେ ପାକିସ୍ତାନ ଉପରେ ଅନୁଧ୍ୟାନ କରିଥିଲେ ସେଠାରେ ଯେଉଁ ଉଦ୍ଦେଶ୍ୟରେ ଆଇନ ଗଢ଼ାଯାଇଥିଲା ମୋଦି ଶାସନରେ ସେଭଳି ଆଇନ ପାସ୍‌ କରାଯାଇଥିବା ସ୍ବୀକାର କରିବେ। ଏହି ଆଇନଗୁଡ଼ିକ ହିନ୍ଦୁସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଗରିବ ହିନ୍ଦୁବର୍ଗଙ୍କୁ ଉପରକୁ ଉଠିବାକୁ ଚାହେଁ ନାହିଁ। ଏହିସବୁ ଆଇନ ଘୃଣା ଓ ଅସହିଷ୍ଣୁତା ଯୋଗୁ ଗଢ଼ାଯାଇଛି। ନ୍ୟାୟପାଳିକା ମଧ୍ୟ ଆଇନଗୁଡ଼ିକରେ ମୁଣ୍ଡ ଖେଳାଇବାକୁ ଚାହିଁନାହିଁ। ଏପରିକି କଶ୍ମୀରରେ ମୁସଲମାନଙ୍କ ବନ୍ଦୀ ଘଟଣାରେ ନ୍ୟାୟପାଳିକାର ଭୂମିକା ଠିକ୍‌ ରହି ନାହିଁ। ପ୍ରଶ୍ନଉଠୁଛି, ଏହା କେତେଦିନ ଚାଲିବ ? ଭାରତ ଯେଉଁ ଦିଗରେ ଗତି କରୁଛି ତା’ର ଅନ୍ତିମ ଲକ୍ଷ୍ୟ କ’ଣ? ଏହାର ଶେଷ କେଉଁଠି? ଏହା ଦୀର୍ଘସମୟ ଚାଲିବ। ଦେଖିବାକୁ ଗଲେ ପାକିସ୍ତାନରେ ଇସ୍‌ଲାମୀକରଣର ଦୁଇ ଦଶନ୍ଧି ଥିଲା ଭିନ୍ନ ଏକ ଯୁଗର । କିନ୍ତୁ ଅତ୍ୟାଧୁନିକ ଯୁଗରେ ନାଗରିକମାନଙ୍କ ପ୍ରତି ଭାରତର ଆଇନଗତ ଦୁର୍ବ୍ୟହାର ତା’ର ଅଧା ସମୟ ଧରି ଲାଗି ରହିବ। ଏହାର ଅନ୍ତିମ ଲକ୍ଷ୍ୟ ବା ଶେଷ ସୀମା ବୋଲି କିଛି ନାହିଁ। ଭାରତ ପୁଣି ୨୦୧୪ର ପୂର୍ବ ସ୍ଥିତିକୁ ଫେରିଯିବ। ତାହା ଏକ ଉପଯୁକ୍ତ ସମୟ ହୋଇ ନ ପାରେ ,କିନ୍ତୁ ସେଠାରେ ସବୁ କିଛି ଏବକାଠାରୁ ଭଲ ରହିବ। ସମ୍ପ୍ରତି ଭାରତ ବିଶ୍ୱରେ ଯେଉଁ ପ୍ରକାର ଧର୍ମାନ୍ଧତା ପ୍ରକାଶ କରୁଛି ତାହାକୁ ଆଧୁନିକ ବିଶ୍ୱ ଗ୍ରହଣ କରିବ ନାହିଁ। ପାକିସ୍ତାନ ଏକ ଅସମ୍ପୂର୍ଣ୍ଣ ଇସଲାମିକ ରିପବ୍ଲିକ ରହିବା ଭଳି ଭାରତର ହିନ୍ଦୁତ୍ୱ ପ୍ରୋଜେକ୍ଟ ବିଫଳ ହେବ। ଶେଷରେ ଭାରତ ଏକ ଅସମ୍ପୂର୍ଣ୍ଣ ହିନ୍ଦୁ ରାଷ୍ଟ୍ର ହୋଇ ରହିଯିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri