Categories: ଜାତୀୟ

ମହାତ୍ମା ଗାନ୍ଧୀଙ୍କୁ ନେଇ ଧର୍ମଗୁରୁ କାଳିଚରଣଙ୍କ ବିବାଦୀୟ ବୟାନ

ରାୟପୁର,୨୭ ।୧୨: ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ‘ଧର୍ମ ସଂସଦ’ ଆୟୋଜନ କରାଯାଉଛି । ଏବେ ସେସବୁ ସ୍ଥାନରୁ କିଛି ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସଙ୍ଗଠନ ଦ୍ୱାରା ଆୟୋଜିତ ଧର୍ମ ସଂସଦରେ ଧର୍ମଗୁରୁ କଳିଚରଣ ମହାରାଜ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ କିଛି ଅପଶବ୍ଦ ବ୍ୟବହାର କରିବା ସହ ନାଥୁରାମ ଗଡସେ ତାଙ୍କୁ ହତ୍ୟା କରିବା ଠିକ୍ ହୋଇଛି ବୋଲି କହିଛନ୍ତି । ସେ ଆହୁରି ମଧ୍‌୍‌କ କହିଛନ୍ତି ଧର୍ମକୁ ରକ୍ଷା କରିବାକୁ ଜନତା ଜଣେ କଟ୍ଟର ହିନ୍ଦୁ ନେତାଙ୍କୁ ବାଛିବା ଦରକାର । ସେ ଛତିଶଗଡ଼ର କଂଗ୍ରେସ ନେତାଙ୍କର ବି ସମାଲୋଚନା କରିଛନ୍ତି । କାଳିଚରଣଙ୍କ ଏଭଳି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share