ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ସୋମବାର ଠାରୁ ଧାର୍ମିକ ସ୍ଥଳଗୁଡ଼ିକୁ ଖୋଲାଯାଇଛି। ତେବେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଧାର୍ମିକସ୍ଥଳରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସ୍କ ଛୋଟ ପିଲା ଏବଂ କୌଣସି ରୋଗ ଗ୍ରସ୍ତ ବ୍ୟକ୍ତିଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଧାର୍ମିକ ସ୍ଥଳ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବା ଲାଗି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ମାସ୍କ୍‌ ପିନ୍ଧିବା ଏବଂ ମୁହଁକୁ ଢାଙ୍କି ରଖିବାକୁ କୁହାଯାଇଛି। ହ୍ୟାଣ୍ଡ୍‌ଓ୍ବାଶ ବ୍ୟବହାର ସମୟରେ ଦୁଇହାତକୁ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଏବଂ ସାନିଟାଇଜର ବ୍ୟବହାର ସମୟରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଘଷିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତି ଧାର୍ମିକସ୍ଥଳ ଗେଟ୍‌ ନିକଟରେ ସାନିଟାଇଜର ଏବଂ ସ୍କ୍ରିନିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

Share