Categories: ଜାତୀୟ

ବିନା ଅନୁମତିରେ ଧାର୍ମିକ ଶୋଭାଯାତ୍ରା ମନା

ଲକ୍ଷ୍ନୌ,୧୯।୪:ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟରେ ବିନା ଅନୁମତିରେ କୌଣସି ଶୋଭାଯାତ୍ରା ଏବଂ ଧାର୍ମିକ ଶୋଭାଯାତ୍ରା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆୟୋଜକମାନଙ୍କୁ ଏଥିପାଇଁ ପ୍ରଥମେ ଅନୁମତି ନେବାକୁ ପଡିବ। ଏହା ସହିତ ଆୟୋଜକମାନଙ୍କୁ ମଧ୍ୟ ଶୋଭାଯାତ୍ରା ସମୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଏକ ଆଫିଡେଭିଟ ଦେବାକୁ ପଡିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।
ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ରାମ ନବମୀ ଠାରୁ ନବରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଧାର୍ମିକ ଶୋଭାଯାତ୍ରା ସମୟରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ହିଂସା ମାମଲା ରୁଜୁ ହୋଇଥିଲା। ଯଦିଓ ଉତ୍ତରପ୍ରଦେଶରେ ଏଭଳି ପରିସ୍ଥିତି ଉପୁଜିନାହିଁ, କିନ୍ତୁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

Share