ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।  ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସ୍କ ଛୋଟ ପିଲା ଏବଂ କୌଣସି ରୋଗ ଗ୍ରସ୍ତ ବ୍ୟକ୍ତିଙ୍କୁ ଧାର୍ମିକସ୍ଥଳରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଧାର୍ମିକ ସ୍ଥଳ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ୬ ଫୁଟ ଦୂରତା ବଜାୟ ରଖିବା ଲାଗି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ମାସ୍କ୍‌ ପିନ୍ଧିବା ଏବଂ ମୁହଁକୁ ଢାଙ୍କି ରଖିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଧାର୍ମିକସ୍ଥଳ ଗେଟ୍‌ ନିକଟରେ ସାନିଟାଇଜର ଏବଂ ସ୍କ୍ରିନିଂ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

Share