ଅଲଗା ହେବାକୁ ନାରାଜ

ସୁନାବେଡ଼ା,୩୧ା୩(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼)ଝିଅମାନଙ୍କୁ ସ୍ବତନ୍ତ୍ର ଭାବରେ ଶିକ୍ଷିତ କରିବାକୁ ୧୯୯୫ରେ ସୁନାବେଡ଼ାଠାରେ ମହିଳା ମହାବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ପ୍ରଥମେ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଝିଅମାନଙ୍କ ନାମ ଲେଖାଇ ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ୨୦୦୦ରେ ଏଠାରେ ଯୁକ୍ତ ୩ ପାଠ୍ୟକ୍ରମ ଖୋଲିବାକୁ ସରକାର ସମ୍ମତି ଦେଇଥିଲେ। ସେହିବର୍ଷ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରେଣୀଗୃହ ଅଭାବ ଯୋଗୁ ଯୁକ୍ତ ୨ ଓ ଯୁକ୍ତ ୩ ଉଭୟ ପାଠପଢ଼ା ମହାବିଦ୍ୟାଳୟର ଗୋଟିଏ ପରିସରରେ ହେଲା। ସୁନାବେଡ଼ା,ସେମିଳିଗୁଡ଼ା, ଦାମନଯୋଡ଼ି, ନନ୍ଦପୁର, ପଟ୍ଟାଙ୍ଗି ଅଞ୍ଚଳରେ ଏହା ଏକମାତ୍ର ମହିଳା ମହାବିଦ୍ୟାଳୟ ହୋଇଥିବାରୁ ଛାତ୍ରୀମାନେ ଏହା ଉପରେ ନିର୍ଭର କରୁଥିଲେ। ଯୁକ୍ତ ୩ରେ ପାଖାପାଖି ୧ହଜାର ପିଲା ପଢୁଥିବା ଏହି ଉଚ୍ଚ ବିଦ୍ୟାଳୟର ଜମିକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି।
ତଥ୍ୟ ଅନୁସାରେ ତହସିଲ ପକ୍ଷରୁ ଚିଠି ସଂଖ୍ୟା ୩୫୪୯୧ରେ ୨୫ା୧୧ା୨୦୨୧ରେ ଏକ ସରକାରୀ ଗେଜେଟ୍‌ ନୋଟିଫିକେଶନ ଦ୍ୱାରା ଯୁକ୍ତ୨କୁ ଯୁକ୍ତ୩ଠାରୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପରେ ପୁଣି ଏକ ଚିଠି ୧୨୭୦/୨୦୭-୨୩୨/୨୦୨୨ରେ ତତ୍କାଳୀନ ଜିଲାପାଳ ୯ା୩ା୨୦୨୨ରେ ସେମିଳିଗୁଡ଼ା ତହସିଲଦାରଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କାଗଜପତ୍ରରେ ଦୁଇଟି ଶିକ୍ଷା ଅନୁଷ୍ଠାନ ଅଲଗା ହୋଇଗଲା। ମାତ୍ର ଦୁଇଟିଯାକ ଶିକ୍ଷାନୁଷ୍ଠାନର ପାଠପଢ଼ା ଗୋଟିଏ ଜାଗାରେ ହୋଇ ଆସୁଥିଲା। ପ୍ରଶାସନ ଉଭୟ ମହାବିଦ୍ୟାଳୟକୁ ଅଲଗା କରିଦେଇଥିଲା ସତ୍ୟ, କିନ୍ତୁ ମହିଳା ମହାବିଦ୍ୟାଳୟ ନାଁରେ ଥିବା ୨.୮ ଏକର ଜମିକୁ ଡିଗ୍ରୀ କଲେଜକୁ ହସ୍ତାନ୍ତର କଲାନାହିଁ। ଫଳରେ ଏବେ ସେହି ଜମିକୁ ନେଇ ବିଭିନ୍ନ ବିବାଦ ସୃଷ୍ଟି ହେବାରେ ଲାଗିଛି। ସରକାରୀ ନୋଟିଫିକେଶନ ହିସାବରେ +୨ ଶ୍ରେଣୀଗୃହ ସେଠାରୁ ଅଲଗା ହେବା କଥା। ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଏବେ ମହିଳା ମହାବିଦ୍ୟାଳୟକୁ ସେଠାରୁ ହଟାଇବାକୁ ଯୋଜନା କରୁଥିବା ଅଭିଯୋଗ ହେଉଛି। ବିବାଦ ଯୋଗୁ ଏହା ପରିସରରେ ଚାଲିଥିବା ମହିଳା ଡିଗ୍ରୀ ମହାବିଦ୍ୟାଳୟ ନିଜ ନାମଫଳକ ଲଗାଇପାରୁ ନ ଥିବା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷା କହିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପ୍ରଶାସନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବର, ତହସିଲଦାର ସମସ୍ତେ ଯୁକ୍ତ ୩ ମହିଳା ମହାବିଦ୍ୟାଳୟକୁ ଜମି ହସ୍ତାନ୍ତର ପାଇଁ ନୋଟିସ ଜାରି କରିଥିଲେ ସୁଦ୍ଧା ଏହାକୁ ଉଚ୍ଚଶିକ୍ଷା ବିଭାଗ କର୍ତ୍ତୃପକ୍ଷ ମାନୁନାହାନ୍ତି। ଫଳରେ ଏନେଇ +୩ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ବିବାଦ ଯୋଗୁ ଠିକ୍‌ ଭାବେ କ୍ଲାସ୍‌ ମଧ୍ୟ ହେଉ ନ ଥିବା କେତେଜଣ ଛାତ୍ରୀ କହିଛନ୍ତି। ପ୍ରଶାସନ ଶୀଘ୍ର ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ଛାତ୍ରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ଉପଜିଲାପାଳ ବେଣୁଧର ଶବରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ବିବାଦ କେବଳ ଏଠାକାର ନୁହେଁ ଅନେକ ମହାବିଦ୍ୟାଳୟରେ ରହିଛି। ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ଚାହିଁବେ ପୂର୍ବରୁ ଥିବା ବିଲ୍‌ଡିଂ ଉପରେ ନିଜର ଶ୍ରେଣୀଗୃହ ନିର୍ମାଣ ପାଇଁ ଆବେଦନ କରିପାରିବେ। ନଚେତ୍‌ କଲେଜ ପରିସରରେ ଅନେକ ଜାଗା ରହିଛି ସେଠାରେ ମଧ୍ୟ ନୂଆ ବିଲ୍‌ଡିଂ ପାଇଁ ଆବେଦନ କରିପାରିବେ। ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ. ଉମାଶଙ୍କର ପ୍ରସାଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ବିବାଦ ସମାଧାନ ପାଇଁ ୨ ବର୍ଷ ହେବ ଚେଷ୍ଟା କରି ଆସିଛୁ। ସରକାର ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଏଠାରେ +୩ ରହିବ। ଯୁକ୍ତ୨କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଯଥାଶୀଘ୍ର ଏହାର ସମାଧାନ ହେବା ଉଚିତ ବୋଲି ସେ କହିଛନ୍ତି। ଜିଲା ଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ଉପୁଜିଥିବା ସମସ୍ୟା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ୨ ଶିକ୍ଷା ଅନୁଷ୍ଠାନ ସରକାରୀ ସ୍ତରରେ ଅଲଗା ହୋଇସାରିଛି। ମାତ୍ର ପ୍ରତ୍ୟକ୍ଷରେ ଅଲଗା ହୋଇନାହିଁ। ଏହି ସମସ୍ୟା ସାରା ଓଡ଼ିଶାରେ ରହିଛି ତଥାପି ମୁଁ ନୂଆ ଆସିଛି। ଅଫିସ ଅର୍ଡର କ’ଣ ରହିଛି ଦେଖିବା ପରେ କହିପାରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଭରତପୁର ଥାନା ଭିତର ଭିଡିଓ ଭାଇରାଲ, ସେଦିନ ରାତିରେ ଘଟିଥିଲା ଏପରି…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାରେ ସେଦିନ ରାତିରେ ଘଟିଥିବା ଘଟଣାର କିଛି ଦୃଶ୍ୟ ଏବେ ଭାଇରାଲ ହେଉଛି। ପୋଲିସ ଓ ମେଜରଙ୍କ ବାନ୍ଧବୀଙ୍କ ମଧ୍ୟରେ ଚାଲିଥିବା କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri