ନୂଆଦିଲ୍ଲୀ, ୯ା୫ : ଚଳିତ ବର୍ଷ ଆଇପିଏଲ ଭାରତରେ ହୋଇପାରିବ ନାହିଁ। ଆଉ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପାଇଁ ଏତେ ଶୀଘ୍ର ସ୍ଲଟ ଖୋଜିବା ସମ୍ଭବ ନୁହେଁ। ଏହା କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଜୁନ ୨୨ ତାରିଖରେ ଶେଷ ହେବ। ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ବଡ଼ ଗ୍ୟାପ ରହୁଛି। ଏହି ସ୍ଲଟରେ ଆଇପିଏଲର ବଳକା ମ୍ୟାଚ୍ ଆୟୋଜିତ ହୋଇ ପାରିବ କି ବୋଲି ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା।
ଡବ୍ଲ୍ୟୁଟିସି ପରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ। ସେଠାରେ ୩ ଦିନିକିିଆ ଓ ୫ ଟି୨୦ ମ୍ୟାଚ୍ ଖେଳାଯିବାର ଅଛି। ୧୪ ଦିନିଆ କ୍ୱାରେଣ୍ଟିନ ପରିୟଡ ଭଳି ଚିନ୍ତାର ବହୁ କାରଣ ରହିଛି। ଆଇପିଏଲ ଭାରତରେ ଖେଳାଯାଇ ପାରିବ ନାହିଁ। କ୍ୱାରେଣ୍ଟିନ ସମ୍ଭାଳିବା କଷ୍ଟକର। ଏବେ ଠୁ ଆମକୁ ସ୍ଲଟ ମିଳିବ କି ନାହିଁ କହିହେବ ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।
ବହୁ ପୂର୍ବରୁ ଆଇପିଏଲକୁ ସ୍ଥଗିତ ରଖାଯିବାର ଥିଲା। ମୁମ୍ବାଇ ଓ ଚେନ୍ନାଇ ବାୟୋ ବବଲ୍ରେ କୌଣସି ମାମଲ ଆସି ନ ଥିଲେ। ଦିଲ୍ଲୀ ଓ ଅହମ୍ମଦାବାଦଠାରେ ମ୍ୟାଚ୍ ଖେଳାଯିବା ପରେ ଖେଳାଳି ଓ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଥିଲେ। ଇଂଲିଶ ପ୍ରିମିୟର ଲିଗ୍ରେ ବହୁ ସଂଖ୍ୟାରେ ଖେଳାଳି ଆକ୍ରାନ୍ତ ହେଉଛନ୍ତି। ଏଣୁ ମ୍ୟାଚ୍କୁ ସ୍ଥାନାନ୍ତର କରି ଦିଆଯାଉଛିି। କିନ୍ତୁ ଆଇପିଏଲରେ ସେମିତି ସମ୍ଭବ ନୁହେଁ ବୋଲି ଗାଙ୍ଗୁଲି କହିଛନ୍ତି।