ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ( ବିସିସିଆଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସିଜିନ୍‌ର ଅବିଶିଷ୍ଟ ୩୧ ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ବିସିସିଆଇ କହିଛି। ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି। ତେବେ ଅନ୍ତିମ ନିଷ୍ପତ୍ତି ଲାଗି ଜୁଲାଇ ଶେଷ ସୁଦ୍ଧା ଆଇସିସିଠାରୁ ଅନୁମତି ଲୋଡ଼ାଯିବ। ଖେଳାଳିମାନଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ଆଇପିଏଲ୍‌ ସିଜିନ୍‌-୧୪କୁ ମେ’୪ରେ ଅନିଶ୍ଚିତ ସମୟ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ସୂଚନାଯୋଗ୍ୟ,୨୦୨୦ ଆଇପିଏଲ୍‌ ସିଜିନ୍‌ ମଧ୍ୟ କରୋନା ମହାମାରୀ ଯୋଗୁ ୟୁଏଇରେ ଖେଳାଯାଇଥିଲା।

Share