ପୁଣି ବିବାହ କଲେ କାଚା ବାଦାମ ଫେମ ଭୁବନ, ଭିଡିଓ ଭାଇରାଲ

କାଚା ବାଦାମ ଫେମ ଭୁବନ ବାଦ୍ୟକରଙ୍କ ନୂଆ ଗୀତ ‘ହୋବ ନାକି ବୁ’ ଟାଇମ୍ସ ମ୍ୟୁଜିକ୍‌ ବଙ୍ଗଳାରେ ରିଲିଜ ହୋଇଛି। ଏହାକୁ ଭୁବନ ବାଦ୍ୟକର ଏବଂ କେଶବ ଦେ ଗାଇଛନ୍ତି। ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ପାୟଲ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଛି। ସେ ଭୁବନ ଓ କେଶବଙ୍କ ସହ ଗୀତର ତାଳେତାଳେ ନାଚୁଛନ୍ତି। ଏଥିରେ ଭୁବନ ପୁଣି ବିବାହ କରିଛନ୍ତି। ତାଙ୍କ ସ୍ତ୍ରୀ ଅଡୁରୀ ମଧ୍ୟ ଏହି ଭିଡିଓର ନଜର ଆସିଛନ୍ତି।
ଏ ନେଇ ଭୁବନ କହିଛନ୍ତି, ‘ମୋର ନୂଆ ମ୍ୟୁଜିକ ଭିଡିଓକୁ ନେଇ ମୁଁ ବହୁତ ଉତ୍ସାହିତ । ମୋତେ ଗୀତ ଗାଇବା ଏବଂ ମ୍ୟୁଜିକ ଭିଡିଓ ଶୁଟିଂ କରିବାର ଅନୁଭବ ବହୁତ ଭଲ ଲାଗିଲା। ମୁଁ ଆଶା କରୁଛି ଦର୍ଶକ ଏହାକୁ ପସନ୍ଦ କରିବେ।’
କେଶବ ଦେ କହିଛନ୍ତି, ‘ଗୀତଟି ବହୁତ ଭଲ ହୋଇଛି, ଏବଂ ମୋତେ ଭୁବନ ବାଦକଙ୍କୁ ଗୀତର କିଛି ଅଂଶକୁ ର଼୍ୟାପ କରୁଥିବାର ଦେଖି ବହୁତ ଭଲ ଲାଗିଲା। ଶୁଟିଂ ଅଭିଜ୍ଞତା ବହୁତ ଭଲ ଥିଲା। ଭିଡିଓରେ ଭୁବନ ପୁଣି ବିବାହ କରୁଛନ୍ତି।’

Share