ରେମ୍‌ଡେସିଭିର୍‌ ଦାମ୍‌ କମିଲା

ମୁମ୍ବାଇ, ୧୮।୪(ଆଇଏଏନ୍‌ଏସ୍‌): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଥିବା ରେମ୍‌ଡେସିଭିର୍‌ ଇଞ୍ଜେକ୍‌ଶନ ଦାମ୍‌ ସରକାର ପାଖାପାଖି ୫୦ ପ୍ରତିଶତ ହ୍ରାସ କରିଛନ୍ତି। ଏବେ ଏହି ଇଞ୍ଜେକ୍‌ଶନ ୨,୪୫୦ ଟଙ୍କାରେ ଉପଲବ୍ଧ ହେବ। ଫଳରେ ବହୁସଂଖ୍ୟାରେ କରୋନା ରୋଗୀ ଉପକୃତ ହୋଇପାରିବେ। ତୁରନ୍ତ ନୂଆ ଦର ଲାଗୁ କରିବା ପାଇଁ ସାର ଓ ରସାୟନ ମନ୍ତ୍ରଣାଳୟର ଫାର୍ମାସ୍ୟୁଟିକାଲ ବିଭାଗ (ମୂଲ୍ୟ) ଉପଦେଷ୍ଟା ଏନ୍‌.ଆଇ.ଚୌଧୁରୀ ସମସ୍ତ ଫାର୍ମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

Share