ବଡ଼ ଚାକିରି ପାଇଲେ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର

ପାଟନା,୨୮।୧୨: କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡପତି(କେବିସି) କଥା ଯେତେବେଳେ ବି ମନକୁ ଆସେ, ବିହାରର ସୁଶୀଲ କୁମାର ନାଁ ନିଶ୍ଚିତ ଭାବରେ ମନକୁ ଆସେ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ଜଣେ ଶିକ୍ଷକ ହୋଇ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦେବେ। ବିପିଏସସି ପରୀକ୍ଷାରେ ୧୧୯ ତମ ର଼୍ୟାଙ୍କ୍‌ରେ ସୁଶୀଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
୨୦୧୧ରେ ସୁବିଲ କୁମାର କେବିସିରେ ପାଞ୍ଚ କୋଟି ଟଙ୍କା ଜିତିଥିଲେ। ସେବେଠାରୁ ସେ ଚର୍ଚ୍ଚାରେ ଥିଲେ। ଏତେ କୋଟି ଟଙ୍କା ଜିତିବା ପରେ ମଧ୍ୟ ମଝିରେ ସେ କାଙ୍ଗାଳ ହୋଇଯାଇଥିବାର ଗୁଜବ ମଧ୍ୟ ବ୍ୟାପିଥିଲା। ପ୍ରାୟ ୧୨ ବର୍ଷ ପୂର୍ବେ କେବିସି ଜିତିଥିବା ସୁଶୀଲ କୁମାର ବର୍ତ୍ତମାନ ବିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ହେବେ ଏବଂ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦେବେ।
ସୁଶୀଲଙ୍କୁ ନିଜ ହୋମଟାଉନ୍‌ ମୋତିହାରୀରେ ପୋଷ୍ଟ କରାଯିବ। ସେ ପିଲାମାନଙ୍କୁ ମନୋବିଜ୍ଞାନ ବିଷୟ ଶିକ୍ଷା ଦେବେ। ଏକାଦଶ-ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସୁଶୀଲଙ୍କୁ ମନୋନୀତ କରାଯାଇଛି। ବିପିଏସସି ଶିକ୍ଷକ ନିଯୁକ୍ତି ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ପର୍ଯ୍ୟାୟରେ ସୁଶୀଲଙ୍କୁ ଚୟନ କରାଯାଇଛି।
କେବିସିରେ ୫ କୋଟି ଟଙ୍କା ଜିତିବା ପରେ ହଠାତ୍‌ ସୁଶୀଲ ଜଣେ ସେଲିବ୍ରିଟି ପାଲଟିଯାଇଥିଲେ। ସାରା ଦେଶର ଲୋକମାନେ ତାଙ୍କୁ ଚିହ୍ନିବା ଆରମ୍ଭ କଲେ ଏବଂ ଅମିତାଭ ବଚ୍ଚନଙ୍କ ୧୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ଲୋକପ୍ରିୟ ହୋଇଥିଲେ।

 

 

 

 

Share