Advertisement

ଆପଣାନ୍ତୁ ପାଞ୍ଚଟି କଥା

ଖୁସିର ମାହୋଲ ଭିତରେ ରହିବାକୁ କିଏ ବା ନ ଚାହେଁ ? ହେଲେ ସବୁବେଳେ ଏହା ସମ୍ଭବ ହୋଇ ନ ଥାଏ। ତେବେ ଯଦି ଆମେ ପାଞ୍ଚଟି କଥାକୁ ଗୁରୁତ୍ୱ ଦେବା ତା’ହେଲେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ପ୍ରଥମ କଥା ହେଲା ରୁଟିନଯୁକ୍ତ ଜୀବନଶୈଳୀ। ଏଭଳି ଜୀବନଶୈଳୀ ଆପଣେଇ ପାରିଲେ ଆପଣଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହିବ। ଏହାଦ୍ୱାରା ପ୍ରତିଟି କାମକୁ ଆପଣ ସୁଚାରୁ ରୂପେ ତୁଲାଇପାରିବେ। ଦ୍ୱିତୀୟ କଥା ହେଲା ବ୍ୟାୟାମ। ପ୍ରତିଦିନ ସକାଳୁ କିଛି ସମୟ ବ୍ୟାୟାମ କରନ୍ତୁ। ଅତିକମ୍‌ରେ ୨୦-୩୦ ମିନିଟ୍‌ ଚାଲନ୍ତୁ। ତୃତୀୟ କଥା ହେଲା ଆଚାର ବ୍ୟବହାର। ନିଜର ଆଚାର ବ୍ୟବହାର ମାର୍ଜିତ ହେବା ନିହାତି ଦରକାର। କାରଣ ଏହା ନିଜ ବ୍ୟକ୍ତିତ୍ୱକୁ ଆହୁରି ପ୍ରଶଂସନୀୟ କରିଥାଏ। ଚତୁର୍ଥ ଜିନିଷ ହେଉଛି ବିଚାରଧାରା। ନିଜର ବିଚାରଧାରା ଉପରେ ହିଁ ଆପଣଙ୍କ ଜୀନବଶୈଳୀ ନିର୍ଭର କରିଥାଏ। କ’ଣ କରିବେ, କ’ଣ ନ କରିବେ, ନିଜ କାମକୁ କିପରି ଠିକ୍‌ ଭାବରେ ସମ୍ପାଦନ କରିବେ ଏଥିପାଇଁ ଥଣ୍ଡା ମନରେ ଚିନ୍ତା କରନ୍ତୁ। ପଞ୍ଚମ କଥାଟି ହେଉଛି ସ୍ବାସ୍ଥ୍ୟ ପରୀକ୍ଷା। ଏବେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଯେତେ ସଚେତନ ରହିବା ତାହା ସେତେ ଭଲ। କାରଣ କରୋନା ମହାମାରୀ ଆମକୁ ଏକ ଶିକ୍ଷା ଦେଇଛି କହିଲେ ଭୁଲ୍‌ ହେବ ନାହିଁ। ତେଣୁ ନିଜ ସ୍ବାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରୁହନ୍ତୁ। ଯେତେ ବ୍ୟସ୍ତ ରହିଲେ ମଧ୍ୟ ଡାକ୍ତରଙ୍କ ନିକଟରେ ନିଜ ଶରୀରର ରୁଟିନ୍‌ ଚେକଅପ କରାଇ ନିଅନ୍ତୁ। ବିଶେଷ ଭାବରେ ବୟସ୍କ ବ୍ୟକ୍ତି ଏଥିପ୍ରତି ସତର୍କ ରହିବା ନିହାତି ଦରକାର। ଉପରୋକ୍ତ ପାଞ୍ଚଟି କଥାକୁ ଯଦି ଆମେ ଆପଣେଇ ପାରିବା ତେବେ ନିଜକୁ ଅନେକାଂଶରେ ସୁସ୍ଥ ରଖିପାରିବା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel