Categories: ଜାତୀୟ

ମନେ ପଡନ୍ତି କଲାମ

ନୂଆଦିଲ୍ଲୀ,୨୭ ।୭: ଜଣେ ମହାନ ବିଚାରକ, ଲେଖକ ଓ ବୈଜ୍ଞାନିକ ତଥା ଦେଶର ୧୧ତମ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକୀରେ ସାରା ଦେଶ ତାଙ୍କୁ ମନେପକାଇଛି । ଆଜି ଯଦିଓ ସେ ଆମ ଗହଣରେ ନାହାନ୍ତି ତଥାପି ତାଙ୍କ ଆଦର୍ଶଭରା ଜୀବନ ପ୍ରତିଟି ଦେଶବାସୀଙ୍କୁ ଜୀବନରେ ଅଗ୍ରସର ହେବା ଓ ସଫଳତାର ସିଡି ଚଢିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
ଜଣେ ଏରୋସ୍ପେଶ ବୈଜ୍ଞାନିକ ହୋଇଥିବା ବେଳେ କଲାମ ଦେଶର ୧୧ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଦେଶର ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ(ଡିଆରଡିଓ) ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ସହ ସେ କାମ କରିଛନ୍ତି । ଦେଶରେ ସେ ‘ମିଶାଇଲ ମ୍ୟାନ’ ଭାବେ ପରିଚିତ ।
ଭାରତକୁ ବିଶ୍ୱ ଶକ୍ତି କରିବାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ପରୀକ୍ଷଣ ମଧ୍ୟରୁ ଗୋଟିଏ ପୋଖରାନ-୨ରେ ଡ. ଏପିଜେ ଅବଦୁଲ କଲାମର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାସହ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆଗକୁ ନେବାକୁ ଭାରତୀୟ ବାଲେଷ୍ଟିକ ମିଶାଇଲ ଓ ପ୍ରକ୍ଷେପଣ ବାହନ ଟେକ୍ନୋଲୋଜିର ବିକାଶ କରିଥିଲେ । ତାଙ୍କ ଲିଖିତ ପୁସ୍ତକ ‘ୱିଙ୍ଗସ ଅଫ ପାୟାର’ ଆଜିବି ଯୁବବର୍ଗଙ୍କ ସ୍ୱପ୍ନକୁ ଉଡାଇବା ଶିଖାଉଛି ।
ଡା. ଏପିଜେ ଅବଦୁଲ କଲାମଙ୍କ ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମରେ ହୋଇଥିଲା । ମାତ ୮୩ ବର୍ଷ ବୟସରେ ଆଇଆଇଏମ ଶିଲଂରେ ଲେକ୍‌ଚର ଦେବା ସମୟରେ ହୃଦଘାତ ହେବାରୁ ୨୭ ଜୁଲାଇ ୨୦୧୫ରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କର ପୁରା ନାଁ ଥିଲା ଡାକ୍ତର ଅବୁଲ ପାକିର ଜେନୁଲ୍ଲାଦ୍ଦିନ ଅବଦୁଲ କଲାମ । ତାଙ୍କର ପ୍ରେରଣାଦାୟୀ କୋଟସ୍ ଏବେବି ଦେଶବାସୀଙ୍କୁ ପ୍ରେରଣା ଦେଉଛି ।

Share