କୋରିଓଗ୍ରାଫର ରେମୋଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ଶୁକ୍ରବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରେମୋ। ଏଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସର୍ଜରୀରେ ତାଙ୍କ ହାର୍ଟରୁ ବ୍ଲକେଜ ହଟାଇବା ପରେ ଆଇସିୟୁ ସିଫ୍ଟ କରିଦିଆଯାଇଛି।

 

Share