ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍‌ ୟୁ ଭାଇ, ଆପଣ ଜଣେ ଦୂତ’

ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାକୁ ନେଇ ସର୍ଜରୀ ମଧ୍ୟ କରାଯାଇଥିଲା। ଏବେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଘରେ ରେମୋଙ୍କ ଦେଖାଶୁଣା କରୁଛନ୍ତି ସ୍ତ୍ରୀ ଲିଜେଲ। ଶୁକ୍ରବାର ଖ୍ରିଷ୍ଟମାସ ଉପଲକ୍ଷେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବିପଦ ସମୟରେ ସହାୟତା କରିଥିବା ସମସ୍ତ ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କୋରିଓଗ୍ରାଫର ସଲମାନ ୟୁସୁଫ ଖାନ ଏବଂ ଅଭିନେତା ସଲମାନ ଖାନ୍‌।

ଦବଙ୍ଗ ଖାନ୍‌ଙ୍କୁ ଧନ୍ୟବାଦ ଜଣାଇ ଲିଜେଲ କହିଛନ୍ତି, ମାନସିକସ୍ତରରେ ସମର୍ଥନ କରିବା ପାଇଁ ଧନ୍ୟବାଦ। ଆପଣ ଜଣେ ଦୂତ। ବିପଦ ବେଳେ ଆମ ସହ ରହିଥିବା ପାଇଁ ଧନ୍ୟବାଦ। ସେହିଭଳି ରେମୋ ଅସୁସ୍ଥ ଥିବା ବେଳେ ୟୁସୁଫ ବହୁତ ସାହାଯ୍ୟ କରିଥିଲେ। ଏନେଇ ଲିଜେଲ କହିଛନ୍ତି, ରେମୋ ତୁମ ଜୀବନରେ କ’ଣ ଗୁରୁତ୍ୱ ରଖନ୍ତି ତାହା ଜାଣିଥିଲି। ହେଲେ କହିବା ଓ ଦେଖାଇବା ଭିନ୍ନ ଜିନିଷ। ତୁମେ କିନ୍ତୁ ତାହା ପ୍ରମାଣ କରିଛ। ଆମ ସହ ରହିବା ପାଇଁ ଧନ୍ୟବାଦ ବୋଲି ହେଜେଲ ଲେଖିଛନ୍ତି।

Share