Advertisement

କଳାଦାଗ ଦୂର କରନ୍ତୁ

ମୁହଁରେ ବ୍ଲାକ୍‌ ହେଡ୍‌ସ ବା କଳା ଦାଗ ହେବା ଫଳରେ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ତ୍ୱଚାର ମଧ୍ୟ କ୍ଷତି ହୋଇଥାଏ। ସାଧାରଣତଃ ଧୂଳି, ମାଟି ଓ ପ୍ରଦୂଷଣ ତଥା ନିଦ କମ୍‌ ହେବା ଫଳରେ ତ୍ୱଚାରେ ଏଭଳି ଦେଖା ଦେଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ କିଛି ଘରୋଇ ଉପାୟ ସମ୍ପର୍କରେ…

– ବ୍ଲାକ୍‌ ହେଡ୍‌ସ ବା କଳା ଦାଗ ଦୂର କରିବା ପାଇଁ ମହୁ ବହୁତ ଭଲ। ମହୁକୁ ଅଳ୍ପ ଗରମ କରି ମୁହଁରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁକୁ ଘଷି ଘଷି ପାଣିରେ ଧୋଇ ଦିଅନ୍ତୁ। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏପରି କରିବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବ।
– କଳାଦାଗ ଥିବା ସ୍ଥାନରେ ଦିନକୁ ତିନି ଥର ଲେମ୍ବୁ ରସ ଲଗାନ୍ତୁ। ଲଗାତର ଏପରି କରିବା ଫଳରେ କଳାଦାଗ ଦୂର ହୋଇଥାଏ। ଆପଣ ଚାହିଁଲେ ଲେମ୍ବୁ ସହିତ ବେସନ ମିଶାଇ ଲଗାଇ ପାରିବେ।
– କଞ୍ଚା ଆଳୁକୁ ପତଳା ପତଳା କାଟି କଳାଦାଗ ହୋଇଥିବା ସ୍ଥାନରେ ଘଷନ୍ତୁ। କଳାଦାଗ ଦୂର ହେବା ସହିତ ତ୍ୱଚା ଅଧିକ ଉଜ୍ଜ୍ୱଳ ହେବ।
– ଓଟ୍‌ସ ଓ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ।
– ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ସଫା କରି ଶୁଅନ୍ତୁ।
କଳାଦାଗ ଦୂର କରିବା ପାଇଁ ପାଚିଲା କଦଳୀକୁ ମଧ୍ୟ ବ୍ୟବହାର କରିପାରିବେ। ପାଚିଲା କଦଳୀକୁ ପେଷ୍ଟ କରି ମୁହଁରେ ଲଗାନ୍ତୁ। କଦଳୀ ନ ଥିଲେ କଦଳୀ ଚୋପାକୁ ମଧ୍ୟ ତ୍ୱଚାରେ ଭଲଭାବେ ଘଷିଲେ କଳାଦାଗ ଦୂର ହୋଇଥାଏ।
– ସପ୍ତାହକୁ ଥରେ ଫେସ୍‌ ସ୍କ୍ରବ କରନ୍ତୁ। ଏହାଦ୍ୱାରା ତ୍ୱଚାରେ ଥିବା ମଇଳା ସଫା ହୋଇଥାଏ ଓ କଳାଦାଗ ଦୂର ହୋଇଥାଏ।
– ବେକିଂ ସୋଡ଼ାକୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ। ଏକ ଚାମଚ ପାଣିରେ ତିନି ଚାମଚ ବେକିଂ ସୋଡା ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଉଷୁମ ପାଣିରେ ମୁହଁକୁ ଭଲଭାବେ ସଫା କରି ଦିଅନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel