Categories: ଜାତୀୟ

ହଟିଲା ବିଜ୍ଞାପନ

ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍‌’ ବିଜ୍ଞାପନକୁ ନେଇ ଟ୍ରୋଲ୍‌ ହେବା ପରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ କମ୍ପାନୀ ନିଃସର୍ତ୍ତ କ୍ଷମା ମାଗିଛି। ସୋସିଆଲ ମିଡିଆରୁ କମ୍ପାନୀର କ୍ୟାମ୍ପେନ୍‌କୁ ହଟାଯାଇଛି। ଲୋକଙ୍କ ଭାବାବେଗକୁ ଅନିଚ୍ଛାକୃତ ଭାବେ ଆଘାତ ପହଞ୍ଚାଇଥିବାରୁ କମ୍ପାନୀ ଏକ ବିବୃତିରେ କ୍ଷମାପ୍ରାର୍ଥନା କରିଛି। ଡାବର ଏହାର ବିଜ୍ଞାପନରେ ଦୁଇ ସମଲିଙ୍ଗୀଙ୍କୁ ପ୍ରଦର୍ଶିତ କରିଥିଲା। ଦୁଇ ଜଣ ଯୁବତୀ କିପରି ପରସ୍ପର ପାଇଁ କରଓ୍ବାଚୌଥ ପାଳୁଛନ୍ତି ତାହା ଏଥିରେ ଦେଖିବାକୁ ମିଳିଥିଲା। ଏ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କମ୍ପାନୀକୁ ସମାଲୋଚନା କରିଥିଲେ। ଆଗକୁ କମ୍ପାନୀ ୨ ପୁରୁଷ ହିନ୍ଦୁ ନୀତି ଅନୁଯାୟୀ ‘ଫେରା’ ନେଉଥିବା ଦୃଶ୍ୟ ମଧ୍ୟ ଦେଖାଇବ ବୋଲି ସେ କହିଥିଲେ। ଏଭଳି ବିଜ୍ଞାପନ ତୁରନ୍ତ ହଟାଇବା ପାଇଁ ଡାବରକୁ ନିର୍ଦ୍ଦେଶ ଦେବା ପାଇଁ ପୋଲିସକୁ କୁହାଯାଇଥିଲା।

Share