Categories: ଜାତୀୟ

ହସ୍ପିଟାଲ ଫାଟକ ବାହାରେ ନାବାଳିକା ମୃତ୍ୟୁ ମାମଲା: ସିଲ୍‌ ହେଲା ହସ୍ପିଟାଲ

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶ ମୈନପୁରୀସ୍ଥିତ ଏକ ହସ୍ପିଟାଲରେ ଦୁଃଖଦ ଘଟଣା ଘଟିଛି। ଦୁଇଦିନ ଚିକିତ୍ସା ପରେ ହସ୍ପିଟାଲ କର୍ମଚାରୀ ଜଣେ ୧୭ ବର୍ଷୀୟା ଅସୁସ୍ଥ ନାବାଳିକାଙ୍କୁ ତଡ଼ିଦେବା ପରେ ଫାଟକ ବାହାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ କର୍ତ୍ତୃପକ୍ଷ ମୈନପୁରୀର ଘିରୋର ସହରରେ ଥିବା ରାଧାସ୍ବାମୀ ହସ୍ପିଟାଲର ଲାଇସେନ୍ସ ସ୍ଥଗିତ ରଖିବା ସହ ହସ୍ପିଟାଲକୁ ସିଲ୍‌ କରି ଦେଇଛନ୍ତି। ଉକ୍ତ ଘରୋଇ ହସ୍ପିଟାଲରେ ଝିଅର ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀ ନାବାଳିକା ରୋଗୀଙ୍କୁ ଟାଣି ଟାଣି ବାହାରକୁ ଆଣୁଥିବା ଭିଡିଓ ଦେଖିବାକୁ ମିଳିଛି। କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Share