Categories: ବାଣିଜ୍ୟ

ରେନୋର ୩ଡି ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭।୧୦: ଦେଶର ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ରେନୋ ଇଣ୍ଡିଆ ପକ୍ଷରୁ ୩ଡି ପ୍ରଚାର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର ୩ଡି ଆୟାମୀ ପ୍ରକ୍ଷେପଣ ପ୍ରଯୁକ୍ତି ଯୁକ୍ତ ପ୍ରଚାର ଅଭିଯାନକୁ ନିକଟରେ ଚେନ୍ନାଇ, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀଠାରେ ପ୍ରଦର୍ଶିତ କରାଯାଇଛି। ଯାହା ୨ ସପ୍ତାହ ପର୍ଯ୍ୟନ୍ତ ଚାଲିବ ା ଏ ସମ୍ପର୍କରେ ରେନୋ ଇଣ୍ଡିଆ ପ୍ରା.ଲି.ର ବିକ୍ରୟ ଓ ବିପଣନ ଉପାଧ୍ୟକ୍ଷ ସୁଧୀର ମାଲହୋତ୍ରା କହିଛନ୍ତି, ଏହା ଦର୍ଶକଙ୍କୁ ଏକ ମନଛୁଆଁ ଆଭାସି ଅନୁଭୂତି ଦେବା ସହ ରେନୋ କାଇଗର କାରର ବିଶେଷତ୍ୱଗୁଡିକ ଉପରେ ଧାରଣା ସୃଷ୍ଟି କରିବ ବୋଲି ମତ ବ୍ୟକ୍ତ କରିଛନ୍ତି।

ଏହି ଏସୟୁଭି ଶ୍ରେଣୀର କାରଗୁଡିକରେ ୧.୦ ଲିଟର ଟବ୍ରୋର୍ଜ ପେଟ୍ରୋଲ ଇଞ୍ଜନି ରହିଥିବା ବେଳେ ଏହା ନଜି ବର୍ଗରେ ଶ୍ରେଷ୍ଠ ପ୍ରତି ଲିଟରରେ ୨୦.୫ କିମି ଯିବାକୁ ସକ୍ଷମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share