ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ରେନଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ରେନଲ୍ଟ ଇଣ୍ଡିଆ) ନିକଟରେ ଏକ ଐତିହାସିକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ (ନ୍ୟୁ ମାଇଲଷ୍ଟୋନ୍‌) ହାସଲ କରିଛି। ଏପରିକି ପ୍ରଥମ କାର୍‌ ନିର୍ମାତା ଭାବେ କମ୍ପାନୀର ସମସ୍ତ ମଡେଲକୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଖ ରାସ୍ତା (ହାଇଏଷ୍ଟ ମୋଟୋରାବୁଲ ରୋଡ୍‌) ‘ଉମଲିଙ୍ଗ ଲା ଟପ୍‌’ରେ ପହଞ୍ଚତ୍ବା ସହ ପ୍ରଦର୍ଶିତ ମଧ୍ୟ କରିଛି। ବିଶେଷକରି ଲେହ ଲଦାଖର ଏହି ବିସ୍ମୟକର ଓ ପ୍ରାକୃତିକ ପରିବେଶପୂର୍ଣ୍ଣ ରାସ୍ତାର ଯାତ୍ରା ୨୦୨୪ ଅଗଷ୍ଟ ୨୯ରେ ହୋଇଥିଲାବେଳେ ପ୍ରାୟ ୧୦୦୦ କି.ମି. ବିଶିଷ୍ଟ ଦୁଃସାହସିକ ଅଞ୍ଚଳର ଅତିଶୟ ରାସ୍ତାରେ ରେନଲ୍ଟ ଇଣ୍ଡିଆର ପ୍ରମୁଖ ମଡେଲ କାଇଗର,କ୍ୟୁଇଡ୍‌ ଏବଂ ଟ୍ରାଇବରର ଚାଳକ ଓ ଟିମ୍‌ ସଫଳତାର ସହ ଯାତ୍ରା ଶେଷକରି ସର୍ବୋଚ୍ଚ ସ୍ଥାନରେ ପତାକା ଉତ୍ତୋଳନ ସହ ନୂଆ ମାଇଲଖୁଣ୍ଟ ହାସଲ କରିଥିଲେ। ଏ ସମ୍ପର୍କରେ ରେନଲ୍ଟ ଇଣ୍ଡିଆ ଅପରେଶନର ଏମ୍‌ଡି ତଥା କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ କହିଥିଲେ, ଆମେ ଆମର ସମସ୍ତ ମଡେଲ ଓ ବ୍ରାଣ୍ଡ୍‌ର ଓଇଏମ୍‌କୁ ଉମଲିଙ୍ଗ୍‌ ଲା ପାଶାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଦୁଃସାହସିକ ଯାତ୍ରାକୁ ସଫଳତାର ଶେଷକରି ପ୍ରଥମ କାର୍‌ ନିର୍ମାତା ଭାବେ ଏହି ସଫଳତା ଲାଭ କରି ଗର୍ବ ଅନୁଭବ କରୁଛୁ। ସେହିଭଳି ଆମେ ଆମର ଟିମର ମନୋବଳ ଓ ମଡେଲର ଦକ୍ଷତାକୁ ମଧ୍ୟ ସାରା ଦୁନିଆ ଆଗରେ ପ୍ରଦର୍ଶିତ କରିପାରିଛୁ। ବ୍ରାଣ୍ଡ୍‌ ସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣକରି ସଫଳତାର ସହ ଶେଷ କରିଥାଏ ବୋଲି ଆମେ ଆମର ଗ୍ରାହକଙ୍କୁ ମଧ୍ୟ ବାର୍ତ୍ତା ଦେଇପାରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri