Categories: ଫୁରସତ

ଅନ୍‌ଲାଇନ କ୍ଲାସରେ ଶିକ୍ଷୟିତ୍ରୀଙ୍କୁ ଏମିତି ଅଶ୍ଳୀଳ ପ୍ରଶ୍ନ ପଚାରିଲେ ଛାତ୍ର, ଉତ୍ତର ଯାହା ଶୁଣିଲେ କାନ….

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯାହା ବେଳେ ବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଏହି ଭିଡିଓରେ ଜଣେ ଶିକ୍ଷୟିତ୍ରୀ ତାଙ୍କର ୪ ବର୍ଷର ଅନଲାଇନ କ୍ଲାସ ଅଭିଜ୍ଞତା  ଶେୟାର କରିଛନ୍ତି। କ୍ଲାସ ସମୟରେ ଛାତ୍ରମାନେ କିପରି ଅଶ୍ଳୀଳ ମନ୍ତବ୍ୟ ଏବଂ ପ୍ରଶ୍ନ ପଚାରନ୍ତି  ସେ ଏହା କହିଛନ୍ତି।
ଅନ୍ୟପକ୍ଷେ ଏଭଳି ପ୍ରଶ୍ନର ଉତ୍ତରରେ ଶିକ୍ଷୟିତ୍ରୀ ତାଙ୍କୁ ଏପରି କୁହନ୍ତି  ଯାହାକୁ ସେ ସର୍ବଦା ମନେ ରଖିବେ। କରୋନା  ସମୟରେ ଏହି ଅନ୍‌ଲାଇନ୍‌ କ୍ଲାସ  ଚାଲିଥିଲା।  ବର୍ତ୍ତମାନ ଅନ୍‌ଲାଇନ୍‌ କ୍ଲାସ ଏକ ସାଧାରଣ କଥା। ଏହି ଅନ୍‌ଲାଇନ୍‌ କ୍ଲାସ ଯୋଡ଼ି ହେଉଥିବା କେତେକ ଛାତ୍ର ପାଠ ପଢ଼ିବାକୁ ନ ଆସି ବଂର ମଜା କରିବାକୁ ଆସିଥାନ୍ତି।
ଶିକ୍ଷୟିତ୍ରୀ ଅନ୍‌ଲାଇନ ଶିକ୍ଷାଦାନ ଅଭିଜ୍ଞତା ସହିତ ଜଡିତ କାହାଣୀଗୁଡିକ ଶେୟାର କରିଥିଲେ।  ଏକ କ୍ଲିପ ମଧ୍ୟ ସେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଥିଲେ କିଛି ଛାତ୍ର ସେମାନଙ୍କ ସୀମା ବାହାରକୁ ଚାଲିଯାଆନ୍ତି ।
ଜଣେ ଛାତ୍ର  ଶିକ୍ଷୟିତ୍ରୀଙ୍କୁ  ପଚାରନ୍ତି, ମ୍ୟାଡାମ ଏକ ଶିଶୁ କିପରି ଜନ୍ମ ହୁଏ ? ଏହାକୁ ପ୍ରାକ୍ଟିକାଲ କରନ୍ତୁ। ଏହାର ଉତ୍ତରରେ ଶିକ୍ଷୟିତ୍ରୀ କହୁଛନ୍ତି ତୁମ ମମିଙ୍କଠାରୁ ଏହା କରାଇ ନିଅ। କାରଣ ତୁମ ମମି  ଏହା କରିଛନ୍ତି । ଦେଖ ପୁଅ, ମୁଁ ବିବାହିତ ନୁହେଁ । ମୋର ବ୍ୟବହାରିକ ଜ୍ଞାନ ନାହିଁ। ମମି ଏହା କରିଛନ୍ତି । ମମିଙ୍କୁ ପଚାର।
ତେବେ ଏହି ଭିଡିଓକୁ ଅନେକ ଜଣ ପସନ୍ଦ କରିଥିବା ବେଳେ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ତୁମେ ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ବୁଝାଇବା ପାଇଁ  ଭଲ ଉପାୟ ଖୋଜିବା ଜରୁରୀ।
ତେବେ ଶିକ୍ଷୟିତ୍ରୀ ଜଣଙ୍କ   ଅନ୍ୟ  ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରି କହିଥିଥେିଲେ ଯେ, ଏହିପରି ଛାତ୍ରମାନଙ୍କୁ ଅଣଦେଖା କରନ୍ତୁ ନାହିଁ ବରଂ ସେମାନଙ୍କୁ ଭଲ ଭାବରେ ଜବାବ ଦିଅନ୍ତୁ।
Share