Categories: ଫୁରସତ

ଆଖିପିଛୁଳାକେ ପଲଟିଗଲା ବାଜି, ଶିକାର କରିବାକୁ ଆସି ପଡିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ ବନ୍ୟପ୍ରାଣୀଙ୍କ ଭିଡିଓ ଅନ୍ୟତମ। ଜଙ୍ଗଲରେ ସବୁ ସମୟରେ ସତର୍କ ରହିବାକୁ ପଡ଼ିଥାଏ କାରଣ ଏଠାରେ ପାଦେପାଦେ ବିପଦ ଥାଏ। ଦକ୍ଷିଣ ଆଫ୍ରିକାର ଏକ ଜାତୀୟ ଉଦ୍ୟାନର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଠାରେ
୪ ବଣୁଆ କୁକୁର ଖୁସିରେ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ତାନରେ ଶୋଇଥିଲା ବେଳେ ଏକ ଚିତାବାଘ ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେମାନେ ଉଠିପଡ଼ି ଆଖିପିଛୁଳାକେ ବାଘକୁ ଗୋଡ଼ାଇ ନେଇଥିଲେ।
ଏହି ଭିଡିଓଟି ଡିସେମ୍ବର ୧୨ ତାରିଖରେରେ ୟୁଟ୍ୟୁବ ଚ୍ୟାନେଲ Latest Sightings ଶେୟାର କରାଯାଇଥିଲା।
ଏହାର କ୍ୟାପଶନରେ ଲେଖା କୁହାଯାଇଛି ଏହି କ୍ଲିପ ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କର ଅଟେ। ଯାହା ୩୪ ବର୍ଷିୟ ଫଟୋଗ୍ରାଫର ଜନ ଫାବିଆନୋଙ୍କ ଦ୍ୱାରା କଏଦ ହୋଇଥିଲା। ବର୍ତ୍ତମାନ ଏହି କ୍ଲିପ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଉଛି।

Share