ଅକ୍ଷୟ ଶକ୍ତି ଦିବସ ପ୍ରତିବର୍ଷ ଅଗଷ୍ଟ ୨୦ରେ ଦେଶବ୍ୟାପୀ ପାଳନ କରାଯାଇଥାଏ। ୨୦୦୪ଠାରୁ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଦେଶର ବିକାଶ ପାଇଁ ଅକ୍ଷୟ ଶକ୍ତି ଉତ୍ସ ଅପରିହାର୍ଯ୍ୟ। ତେଣୁ ସୌର ଶକ୍ତି, ପବନ ଶକ୍ତି ଏବଂ ଜଳ ବିଦ୍ୟୁତ୍ ଶକ୍ତି ଆଦି ବିକଳ୍ପ ଉତ୍ସର ବିକାଶ ଭାରତ ଭଳି ବିକଶିତ ଦେଶ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅକ୍ଷୟ ଶକ୍ତିର ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ି ନ ଥାଏ। ତେଣୁ ପ୍ରଦୂଷଣ ମୁକ୍ତ ଦେଶ ଗଠନ ଲାଗି ଏହି ଦିବସରେ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯାଇଥାଏ। ଦେଶରେ ଶକ୍ତି ଚାହିଦା ବଢ଼ିଚାଲିଛି। ଏପରିସ୍ଥଳେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ବିକଳ୍ପ ଶକ୍ତି ଉତ୍ସ ହିଁ ଏକ ପ୍ରମୁଖ ମାଧ୍ୟମ। ସମ୍ପ୍ରତି ବୃଦ୍ଧି ପାଉଥିବା ପରିବେଶୀୟ ପ୍ରଦୂଷଣରୁ ମୁକ୍ତି ପାଇବା ଲାଗି ଅକ୍ଷୟ ଶକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ କହିଥାନ୍ତି।