Categories: ବାଣିଜ୍ୟ

ଡାଇ-ଇଚି ଲାଇଫ୍‌ ସହ ରିନ୍ୟୁବାଇର ସହଭାଗିତା

ଭୁବନେଶ୍ୱର,୨୩।୮: ଦେଶର ପ୍ରମୁଖ ବୀମା କମ୍ପାନୀ ରିନ୍ୟୁବାଇ ଏବଂ ଡାଇ-ଇଚି ଲାଇଫ୍‌ ହୋଲ୍ଡିଂସ ଇଙ୍କ୍‌ ମଧ୍ୟରେ ଏକ ବାଣିଜି୍ୟକ ସହଭାଗିତା ନିକଟରେ ହୋଇଯାଇଛି। ଉଭୟ ସଂସ୍ଥାର ମିଳିତ ସହଯୋଗରେ ପାଣ୍ଠି ସଂଗ୍ରହ ସହ କାରବାର ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ଉଭୟ କମ୍ପାନୀ ଡି ଶୃଙ୍ଖଳା ପାଣ୍ଠି ରାଉଣ୍ଡରେ ୪୦ ମିଲିୟନ ଆମେରିକୀୟ ଡଲାର ପାଣ୍ଠି ସଂଗ୍ରହ ମଧ୍ୟ ପୂରା କରିଛି। ସେହିଭଳି ଅନେକ ମାର୍କୀ ନିବେଶକଙ୍କ ଆଗ୍ରହକୁ ଆକର୍ଷିତ କରୁଥିବା ଏବଂ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଆଶା କରାଯାଉଥିବା ଏହି ରାଉଣ୍ଡ ଉଭୟ କମ୍ପାନୀ ଜରିଆରେ ଚାଲୁଥିବା ଡି ଶୃଙ୍ଖଳା ପାଣ୍ଠି ସଂଗ୍ରହର ଏକ ଅଂଶ ବୋଲି କୁହାଯାଉଛି। ସେହିପରି ଏକ ସୁଗମ ଡିଜିଟାଲ ଅଭିଜ୍ଞତା ପ୍ରଦାନ କରିବାକୁ କମ୍ପାନୀ ୪୦ରୁ ଅଧିକ ବୀମା କମ୍ପାନୀଙ୍କ ସହ କାର୍ଯ୍ୟ କରିଥାଏ ଏବଂ ବର୍ତ୍ତମାନ କମ୍ପାନୀରେ ୫ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। ଏପରିକି ୧୫୦୦ସହରରେ କମ୍ପାନୀର ବ୍ୟାପକ-ବିସ୍ତାରିତ ଫ୍ରାଞ୍ଚାଇଜ ରହିଛି। ଏ ସମ୍ପର୍କରେ ରିନ୍ୟୁବାଇର ସିଇଓ ବାଲାଚନ୍ଦର ଶେଖର କହିଥିଲେ, ବିଗତ ୭ ବର୍ଷ ମଧ୍ୟରେ କମ୍ପାନୀ ତା’ର ବୀମା ପ୍ରଦାନ କରିବାକୁ ପରାମର୍ଶଦାତାମାନଙ୍କୁ ଡିଜିଟାଲ କ୍ଷମତା ସହିତ ଅଭିଜ୍ଞ କରାଇଛି। ଏପରିକି କମ୍ପାନୀର ୭୦% ବ୍ୟବସାୟ ୩୦ରୁ ଅଧିକ ସହରରୁ ଆସୁଛି, ଅଧିକାଂଶ ବୀମା କମ୍ପାନୀ କେବଳ ଦେଶର ଶ୍ରେଷ୍ଠ ୩୦ଟି ସହର ଉପରେ ଧ୍ୟାନଦେବା ଜାରି ରଖିଛନ୍ତି। ସେହିଭଳି ଡାଇ-ଇଚି ଲାଇ ହୋଲ୍ଡିଂସ ଇଙ୍କ୍‌ର ପ୍ରତିନିଧି ନିର୍ଦ୍ଦେଶକ, ପରିଚାଳନା କାର୍ଯ୍ୟନିର୍ବାହୀ ଅଫିସର ହିତୋସି ୟାମାଗୁଚି କହିଥିଲେ, କମ୍ପାନୀର ନିରନ୍ତର ଉନ୍ନତି କରିବା ଏବଂ ଆମର ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବାର ନୂତନ ଉପାୟ ଖୋଜିବା ପାଇଁ ଆମେ ଆମର ଇଚ୍ଛାକୁ ରିନ୍ୟୁବାଇ ଜରିଆରେ ବିନିଯୋଗ କରି ଦର୍ଶାଉଛୁ। ଏପରିକି ଏକଦା ଅପହଞ୍ଚ ବୋଲି ଚିନ୍ତା କରାଯାଉଥିବା ସେ ଆଲୋକପାତ କରିଥିଲେ।

Share