Categories: ବାଣିଜ୍ୟ

ଜୟଆଲୁକ୍କାସ୍‌ର ନବୀକରଣ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୬।୬ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ମାଲେସିଆସ୍ଥିତ କୁଆଲାଲମପୁର ଷ୍ଟୋରର ନବୀକରଣ ଆଉଟ୍‌ଲେଟ (ଶୋ’ରୁମ୍‌) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜୟଆଲୁକ୍କାସ୍‌ର ଏମ୍‌ଡି (ଅନ୍ତର୍ଜାତୀୟ ଅପରେଶନ) ଜନ୍‌ ପଲ୍‌ ଆଲୁକ୍କାସ୍‌ ଏବଂ ଜୟଆଲୁକ୍କାସ୍‌ ସମୂହର ନିର୍ଦ୍ଦେଶିକା ସୋନିଆ ଆଲୁକ୍ଳାସ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ପୁନଃ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଜୟଆଲୁକ୍କାସର ମାଲେସିଆସ୍ଥିତ କୁଆଲାଲମପୁର ଷ୍ଟୋରର ୧୦ମ ବାର୍ଷିକ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ର ଏମ୍‌ଡି (ଅନ୍ତର୍ଜାତୀୟ ଅପରେଶନ) ଜନ୍‌ ପଲ୍‌ ଆଲୁକ୍କାସ୍‌ କହିଛନ୍ତି, ମାଲେସିଆର କୁଆଲାଲମପୁର ଶୋ’ରୁମ୍‌ ଜରିଆରେ ଆମେ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଳଙ୍କାର ସମ୍ଭାର ଯୋଗାଇବା ଦିଗରେ କାର୍ଯ୍ୟ କରୁଛୁ। ସେହିଭଳି ଜୟଆଲୁକ୍କାସ୍‌ ଶୋ’ରୁମ୍‌ର ପୁନଃ ଶୁଭାରମ୍ଭ ଓ ୧୦ମ ବାର୍ଷିକ ଉତ୍ସବ ଉପଲକ୍ଷେ ଆକର୍ଷଣୀୟ ଅଫର ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି। ଏହି ଅଫର ଜରିଆରେ ଗ୍ରାହକ ୪୦୦୦ ଏମ୍‌ଓ୍ବାଇଆର୍‌ ମୂଲ୍ୟର ସୁନା ଅଳଙ୍କାର କ୍ରୟ ଉପରେ ଏକ ୦.୨୦୦ଗ୍ରାମର ସ୍ବର୍ଣ୍ଣ ମୁଦ୍ରା ମାଗଣା ପାଉଥିଲାବେଳେ ୫୦୦୦ଏମ୍‌ଓ୍ବାଇଆର ମୂଲ୍ୟର ହୀରା, ପୋଲକି ଏବଂ ମୋତି ଅଳଙ୍କାର କ୍ରୟ ଉପରେ ଗୋଟିଏ ୧ଗ୍ରାମ ବିଶିଷ୍ଟ ସ୍ବର୍ଣ୍ଣ ମୁଦ୍ରା ମାଗଣାରେ ପାଇପାରିବେ। ଏହି ଆକର୍ଷଣୀୟ ଅଫର ୨୦୨୪ ଜୁନ୍‌୯ ପର୍ଯ୍ୟନ୍ତ ଉପଲବ୍ଧ।

Share