Categories: ବାଣିଜ୍ୟ

ରେନୋର ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ; ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୧୫।୭: ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଓ୍ବେଲ୍‌କମ୍‌ ବ୍ୟାକ୍‌ ସର୍ଭିସ କ୍ୟାମ୍ପ ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଏହି ବିକ୍ରି ପରବର୍ତ୍ତୀ ସର୍ଭିସ ପଦକ୍ଷେପ ଚଳିତ ମାସ ୧୩ରୁ ୨୬ ତାରିଖ ଯାଏ ଅନୁଷ୍ଠିତ ହେବ। ଗ୍ରାହକମାନେ ରେନୋର ଡିଲର ଓ୍ବାର୍କଶପଗୁଡିକରେ ଏଭଳି ସେବା ଲାଭ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କଷ୍ଟମର ସର୍ଭିସ ଅଭିଜ୍ଞତାକୁ ଧ୍ୟାନରେ ରଖି ରେନୋ ଏହାର ଟଚ୍‌ ପଏଣ୍ଟଗୁଡିକରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ହାତକୁ ନେଇଛି। ଏହି ଅବସରରେ ଗ୍ରାହକ ବଛାବଛା ଆସେସୋରିଜ ଉପରେ ୫୦% ପର୍ଯ୍ୟନ୍ତ ରିହାତି, ସ୍ପେୟାର ପାର୍ଟସ ଉପରେ ୧୦% ରିହାତି, ଲେବର ଚାର୍ଜରେ ୧୫% ରିହାତି, ଇଞ୍ଜିନ ଅଏଲ ଉପରେ ୫% ରିହାତି ଏବଂ ଏମ୍‌ଓ୍ବାଇଆର୍‌ ପଞ୍ଜୀକୃତ କଷ୍ଟମରଙ୍କ ଲାଗି ଅତିରିକ୍ତ ୫% ରିହାତି ସୁବିଧା ଉପଲବ୍ଧ ହେବ। ବର୍ଦ୍ଧିତ ଓ୍ବାରେଣ୍ଟି ଏବଂ ରୋଡ୍‌ ଆସିଷ୍ଟାନ୍ସ କ୍ଷେତ୍ରରେ ରେନୋ ସିକ୍ୟୁର ଦ୍ୱାରା ଅତିରିକ୍ତ ୧୦% ସୁବିଧା ମିଳିବ। ଭାଲ୍ୟୁ ଆଡେଡ୍‌ କଷ୍ଟମରଙ୍କ ଲାଗି କମ୍ପାନୀ ୫୦% ରିହାତି ବ୍ୟବସ୍ଥା ଶୁଭାରମ୍ଭ କରିଥିବା ସୂଚନା ରହିଛି।

Share