Categories: ବାଣିଜ୍ୟ

ଏସ୍‌ବିଆଇର ନବୀକୃତ ସଚିବାଳୟ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ନବୀକୃତ ଶାଖାଗୁଡ଼ିକର ସମୂହ ଶୁଭାରମ୍ଭ କାର୍ଯ୍ୟକ୍ରମ ସୋମବାର ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଭବନ (ସଚିବାଳୟ) ପରିସରରେ ଥିବା ଏସବିଆଇର ନବୀକୃତ ସଚିବାଳୟ (ସେକ୍ରେଟାରିଏଟ) ଶାଖାକୁ ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରା ଭର୍ଚୁଆଲ୍‌ ମୋଡରେ ଉଦ୍‌ଘାଟନ କରିଥିଲେ। ବିଶେଷ କରି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଏସବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମାଙ୍କ ଉପସ୍ଥିତିରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସବିଆଇ ଡିଜିଏମ ପ୍ରସାଦ ଗଜାନନ ଦେଓଧର, ଆର୍‌ଏମ୍‌ ରାଜେନ୍ଦ୍ର ନାରାୟଣ ସାହୁଙ୍କ ସମେତ ଶାଖା ପରିଚାଳକ ସନ୍ଦୀପ ପୃଷ୍ଟି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ସମଗ୍ର ଭାରତରେ ଆଧୁନିକ ସୁବିଧା ଥିବା ୩୩ ନବୀକୃତ ଶାଖାକୁ ଏକକାଳୀନ ଭର୍ଚୁଆଲ୍‌ ମୋଡରେ ଏସବିଆଇର ଅଧ୍ୟକ୍ଷ ଦୀନେଶ ଖାରାଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା।

Share