ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି ନାମୀଦାମୀ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅନେକ ଲୋକପ୍ରିୟ ଅଭିନେତ୍ରୀ ଅଭିନୟ କରିବା ବ୍ୟତୀତ ଆଇଟମ୍‌ ଗୀତରେ ମଧ୍ୟ ଡ୍ୟାନ୍ସ କରିଛନ୍ତି। ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହୁଅନ୍ତୁ କି କ୍ୟାଟ୍ରିନା କୈଫ୍‌, ଆଇଟମ ସଙ୍ଗ୍‌ରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘ରାମଲୀଳା’ରେ ଆଇଟ୍‌ମ ଗୀତରେ ଡ୍ୟାନ୍ସ କରିଥିଲେ। ସେହିପରି କ୍ୟାଟ୍ରିନା ଫିଲ୍ମ ‘ଅଗ୍ନିପଥ’ରେ ଆଇଟମ୍‌ ଗୀତରେ ଡ୍ୟାନ୍ସ କରିଥିଲେ। ନୀଳନୟନା ଐଶ୍ୱର୍ଯ୍ୟା ରାୟ ଅମିତାଭ ବଚ୍ଚନ ଏବଂ ଅଭିଷେକଙ୍କ ସହିତ ଫିଲ୍ମ ‘ବଣ୍ଟି ଔର୍‌ ବବ୍‌ଲି’ରେ କଜ୍‌ରାରେ ଗୀତରେ ଡ୍ୟାନ୍ସ କରିଥିଲେ। ମାଧୁରୀ ଦୀକ୍ଷିତ, ଦୀପିକା ପାଦୁକୋନ ଏବଂ କରୀନା କପୁର ମଧ୍ୟ ଆଇଟମ ଗୀତରେ ଡ୍ୟାନ୍ସ କରିଛନ୍ତି।

Share