Advertisement

ଖ୍ୟାତନାମା କାର୍ଟୁନିଷ୍ଟ ଅଜିତ ନିନାନଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ପରଲୋକରେ ପ୍ରସିଦ୍ଧ କାର୍ଟୁନିଷ୍ଟ ଅଜିତ ନିନାନ। ଶୁକ୍ରବାର ସକାଳେ ମହୀଶୂରସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା।

ଇଣ୍ଡିଆ ଟୁଡେ ଓ ଦି ଟାଇମ୍ସ ଅଫ ଇଣ୍ଡିଆରେ ବର୍ଷ ବର୍ଷ ଧରି ପ୍ରକାଶିତ ହୋଇଥିବା ‘ସେଣ୍ଟରଷ୍ଟେଜ’ (Centrestage) ସିରିଜ ଓ ‘ନିନାନସ ୱାଲର୍‌ଡ’ (Ninan’s World) ପାଇଁ ସେ ବହୁତ ଜଣାଶୁଣା ଥିଲେ। ତାଙ୍କର ବିଭିନ୍ନ କାର୍ଟୁନ ଚରିତ୍ର ମଧ୍ୟରୁ ‘ଡିଟେକ୍ଟିଭ ମୁଛୱାଲା’ ଖୁବ ପ୍ରସିଦ୍ଧ ଥିଲା। ଏହା ଶିଶୁ ପତ୍ରିକା ‘ଟାର୍ଗେଟ’ରେ ପ୍ରକାଶିତ ହେଉଥିଲା। ସେ ସର୍ବଦା ସାମାଜିକ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ସରକାର କିମ୍ବା ବିରୋଧୀ ଦଳ ଉପରେ ଥଟ୍ଟା କରିବାକୁ ଦ୍ୱିଧା କରୁ ନ ଥିଲେ।

ନିନାନଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ସହକର୍ମୀ, ବନ୍ଧୁ ଏବଂ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share