Categories: ଜାତୀୟ

ପଦ୍ମଶ୍ରୀ ଫାତିମା ଆର ଜାକରିଆଙ୍କ ପରଲୋକ

ନୂଆଦିଲ୍ଲୀ,୭।୪: ବିଶିଷ୍ଟ ଖବରଦାତା-ଲେଖକ ଫାତିମା ଆର ଜାକରିଆଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ଫାତିମାଙ୍କ କରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ସେ ମହାରାଷ୍ଟ୍ରର ଔରଙ୍ଗାବାଦର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସମସ୍ତ କରୋନା ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରି, ତାଙ୍କର ଅନ୍ତିମ ସଂସ୍କାର ବୁଧବାର ସକାଳ ୧୦ଟା ସମୟରେ ସମାଧି ଦିଆଯାଇଥିଲା।
ଫାତିମା ଜାକରିଆ ମଧ୍ୟ ସନ୍‌ଡେ ଟାଇମ୍ସ (ମୁମ୍ବାଇ) ଏବଂ ବମ୍ବେ ଟାଇମ୍ସର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୮୩ରେ ସାମ୍ବାଦିକତା କ୍ଷେତ୍ରରେ ଏକତା ପାଇଁ ଫାତିମା ଜାକରିଆଙ୍କୁ ସରୋଜିନୀ ନାଇଡୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଭାରତ ସରକାର ୨୦୦୬ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

Share