Categories: ଜାତୀୟ

ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ଶୋଭା ନାଇଡୁଙ୍କ ପରଲୋକ

ନୂଆଦିଲ୍ଲୀ,୧୪।୧୦-ବିଶିଷ୍ଟ କୁଚିପୁଡି ନୃତ୍ୟଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶୋଭା ନାଇଡୁ(୬୪)ଙ୍କ ବୁଧବାର ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିମାସ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
୧୯୯୬ରେ ଆନ୍ଧ୍ରପ୍ରଦେଶର ଅନାକାପାଲି ସହରରେ ଶୋଭା ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ସେ କୁଚିପୁଡି ଶିଖିବା ଆରମ୍ଭ କରିଥିଲେ। ଗୁରୁ ବେମପତି ଚିନ୍ନା ସତ୍ୟମଙ୍କଠାରୁ ସେ ଶିକ୍ଷା ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗକୁ ନେଇ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।

Share