Categories: ଜାତୀୟ

ମନଇଚ୍ଛା ଘରଭଡା ବଢାଇ ପାରିବେ ନାହିଁ ଘର ମାଲିକ

ଲକ୍ଷ୍ନୌ,୯ ।୧: ଉତ୍ତର ପ୍ରଦେଶରେ ଘର ଭଡା ନେଇ ରହୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସରକାର କହିଛନ୍ତି ଏଣିକି ଘର ମାଲିକ ମନଇଚ୍ଛା ଘର ଭଡା ବଢାଇ ପାରିବେ ନାହିଁ କି ବିନା କଣ୍ଟ୍ରାକ୍ଟରେ ଘରଭଡା ଦେଇପାରିବେ ନାହିଁ । ଯୋଗୀ ସରକାର ଶୁକ୍ରବାର କ୍ୟାବିନେଟ ବାଇସର୍କୁଲେଶନ ଜରିଆରେ ଉତ୍ତରପ୍ରଦେଶ ସହରୀ ଭଡାଘର ନିୟମାବଳୀ-୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିୟମ ଆଧାରରେ ବର୍ଷକୁ କେବଳ ୫-୭ ପ୍ରତିଶତ ଘରଭଡା ବୃଦ୍ଧି କରାଯାଇପାରିବ । ସେହିପରି ମାଲିକ ଘରର ଦେଖାରଖା କରିବେ । ଦୁଇମାସ ଭଡା ନ ମିଳିଲେ ଘର ମାଲିକ ଭଡାଥିବା ଲୋକଙ୍କୁ କାଢିଦେଇ ପାରିବେ । ମାଲିକଙ୍କ ବିନା ଅନୁମତିରେ ଭଡା ରହିଥିବା ବ୍ୟକ୍ତି ଘରେ କୌଣସି ପ୍ରକାର ଭଙ୍ଗାରୁଜା ବା ନିର୍ମାଣ କରିପାରିବେ ନାହିଁ । ସିକ୍ୟୁରିଟି ମନି ଭାବେ ମାଲିକ ଦୁଇ ମାସରୁ ଅଧିକ ଘରଭଡା ନେଇପାରିବେ ନାହିଁ । ଠିକ୍ ସମୟରେ ଘରଭଡା ପଇଠ କରିବା ଜରୁରୀ ।

Share