ଏକାଥରକେ ହୋଟେଲର ୧୮୦ ରୁମ୍‌ ବୁକ୍‌ କରିନେଲେ ଦମ୍ପତି, କାରଣ ଜାଣିଲେ…

ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି ରୁମ୍‌ ଏକାଥରକେ ବୁକ୍‌ କରିଛନ୍ତି। ଏହାର କାରଣ ଜାଣିଲେ  ପ୍ରଶଂସା ମଧ୍ୟ କରିବେ। ରୁଷିଆ-ୟୁକ୍ରେନ ଶରଣାର୍ଥୀମାନଙ୍କ ପାଇଁ ଦମ୍ପତି ଏପରି ନିଆରା ପଦକ୍ଷେପ ନେଇଛନ୍ତି। ଯାହା ପ୍ରକୃତରେ ପ୍ରଶଂସନୀୟ। ଏହି ଦମ୍ପତି ଆଜିକାଲି କିଛି ଲୋକଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ,  ଜ୍ୟାକବ ଗୋଲାଟା ଏବଂ ଗୋସିଆ ଗୋଲାଟା। ଯିଏକି ପୋଲାଣ୍ଡର ବାସିନ୍ଦା। କିନ୍ତୁ ୨୦୦୪ରେ ସେମାନେ ବ୍ରିଟେନରେ ଅବସ୍ଥାନ କରିଥିଲେ। ବାସ୍ତବରେ ଏହି ଦମ୍ପତି ପୋଲାଣ୍ଡରେ ଏକ ହୋଟେଲର ୧୮୦ଟି ରୁମ୍‌ ଭଡ଼ା ସୂତ୍ରରେ ନେଇଛନ୍ତି। ଯେଉଁଠାରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶରଣାର୍ଥୀମାନଙ୍କ ପାଇଁ ଆରାମରେ ରହିବାରେ ସକ୍ଷମ ହେବେ। ଏମାନଙ୍କୁ ହୋଟେଲକୁ ଆଣିବା ପାଇଁ ଦମ୍ପତି ୪୮ଟି ସିଟ୍‌ର ବସ୍‌ ସାହାଯ୍ୟ ମଧ୍ୟ ନେଇଛନ୍ତି, ଯାହା ମାଧ୍ୟମରେ ଯୁଦ୍ଧରେ ଶରଣାର୍ଥୀଙ୍କୁ ହୋଟେଲକୁ ଅଣାଯାଇଥିଲା।

ୟୁକ୍ରେନ ସୀମା ପାର କରି ୧୪୯ ଜଣଙ୍କୁ ଏଠାକୁ ଅଣାଯାଇଛି। ଜ୍ୟାକବ କହିଛନ୍ତି, ସେ ଯଥାଶୀଘ୍ର ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଚାହୁଁଥିଲେ, କାରଣ ଠିକ୍‌ ସମୟରେ ସାହାଯ୍ୟ ପାଇ ନ ଥିଲେ। ଜ୍ୟାକବ ଆହୁରି କହିଛନ୍ତି, ପ୍ରଥମେ ସେ ଏକ ମିନି ବସ୍‌ ଚଳାଇ ଆଠ ଘଣ୍ଟା ମଧ୍ୟରେ ସୀମାରେ ପହଞ୍ଚିଥିଲେ। ଏହି ସମୟରେ, ସେଠାରେ ଆଶ୍ରୟ ନେଇ ସେମାନଙ୍କୁ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ଛାଡ଼ିଥିଲେ।

ସେ କୁହନ୍ତି, ମୁଁ ଏସବୁ ପରେ ବହୁତ କିଛି କରିବାକୁ ଚାହୁଁଥିଲି। ଏହି ଧାରଣା ମନକୁ ଆସିଲା ଯେ ହୋଟେଲକୁ ଭଡ଼ା ନେବା ଉଚିତ। ଫଳରେ ମା’ ପିଲା ସେଠାରେ ସୁରକ୍ଷିତ ରହିପାରିବେ। ସ୍ଥାନୀୟ ସମ୍ପ୍ରଦାୟର ସ୍ବେଚ୍ଛାସେବୀମାନଙ୍କୁ ଖୋଜିବା ଆରମ୍ଭ କଲେ। ଯେଉଁମାନେ ଏହି ଲୋକମାନଙ୍କୁ ଅଧିକ ସାହାଯ୍ୟ କରିପାରିବେ। ସେ ଏହି କାର୍ଯ୍ୟ ପାଇଁ ପାଣ୍ଠି ମଧ୍ୟ ଛାଡ଼ିଥିଲେ ଏବଂ ଏହି ପ୍ରୋଜେକ୍ଟରେ କାମ କରିବାକୁ ସମୟ ଦେଇଥିଲେ। ଏହା ପରେ ଜ୍ୟାକବ ଏକ ୧୮୦ ଶଯ୍ୟା ବିଶିଷ୍ଟ ହୋଟେଲ ପାଇଲେ, ଯାହା କରୋନା ମହାମାରୀ ପରେ ବନ୍ଦ ହୋଇଯାଇଥିଲା।

୪୨ ବର୍ଷୀୟ ଜ୍ୟାକବ ରେଳ ପ୍ରକଳ୍ପରେ ଲଜିଷ୍ଟିକ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି। ତାଙ୍କ ସ୍ତ୍ରୀ ଜଣେ ପୋଲିସ କର୍ମଚାରୀ ଥିବାବେଳେ ଉଭୟ ବର୍ତ୍ତମାନ ଉତ୍ତର ଲିଙ୍କନସାୟରରେ ରୁହନ୍ତି। ଦୁହେଁ ଏକାଠି ବାଇଡଗୋଜ ନିକଟରେ ଏକ ହୋଟେଲ ଟ୍ରାଇଜସିନକୁ ଭଡ଼ା ନେଇଛନ୍ତି। ଯେଉଁଠାରେ ୟୁକ୍ରେନ ନାଗରିକମାନେ ଆସି ରହିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri