ଅଭିନେତାଙ୍କ କବିତା ଶୁଣି ‘ଆଇ ଲଭ୍‌ ୟୁ’ କହିଥିଲେ ରେଣୁକା, ବିବାହିତା ସତ୍ତ୍ୱେ…

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହୈ କୌନ୍‌’ରେ ଭାଉଜ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଣୁକା ଶାହାନେ। ୧୯୮୯ରେ ଦୁରଦର୍ଶନର ଶୋ’ ‘ସର୍କସ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହେଁ ଜୀବନର ଟର୍ନିଂ ପଏଣ୍ଟ ଥିଲା ଏହି ଫିଲ୍ମ। ମାଧୁରୀଙ୍କ ଭଉଣୀ ଭୂମିକା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା କହିଲେ ଚଳେ। ଆଜି ରେଣୁକା ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ରେଣୁକା ଆଶୁତୋଷ ରାଣାଙ୍କୁ ବିବାହ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ। ଆଶୁତୋଷଙ୍କ ହାତ ଧରିବା ପୂର୍ବରୁ ସେ ଜଣେ ମରାଠି ଥିଏଟର ଲେଖକ ଏବଂ ନିର୍ଦ୍ଦେଶକଙ୍କ ହାତ ଧରିଥିଲେ। ହେଲେ ସମ୍ପର୍କ ବେଶି ଦିନ ତିଷ୍ଟି ନ ଥିଲା। ଉଭୟ ଅଲଗା ହୋଇଯାଇଥିଲେ।

ଦ କପିଲ ଶର୍ମା ଶୋ’ରେ ରେଣୁକା ଆଶୁତୋଷଙ୍କ ସହ ପ୍ରେମରେ କିଭଳି ପଡ଼ିଲେ ସେ ବିଷୟରେ ଜଣାଇଥିଲେ। ନିର୍ଦ୍ଦେଶକ ହଂସଲ ମେହଟ୍ଟାଙ୍କ ଏକ ଫିଲ୍ମର ଶୁଟିଂ ସମୟରେ ଜଣେ ଅନ୍ୟଜଣଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ରେଣୁକାଙ୍କ ଜଣେ ବଡ଼ ପ୍ରଶଂସକ ଥିବା ଆଶୁତୋଷ କହିଥିଲେ। ଏହା ଶୁଣି ସେ ଖୁସି ହୋଇଯାଇଥିଲେ। ଧିରେ ଧିରେ ଉଭୟଙ୍କ ମିଳାମିଶା ବଢ଼ିଥିଲେ। ଦିନେ ଏକ କବିତା କହୁଥିବା ବେଳେ ରେଣୁକା ତାଙ୍କୁ ‘ଆଇ ଲଭ୍‌ ୟୁ’ କହିଦେଇଥିଲେ। ବାସ୍‌। ଏମିତି ପ୍ରେମର ଗାଡ଼ି ଆଗକୁ ବଢ଼ିଥିଲା। ପରେ ସେମାନେ ବିବାହ କରି ଖୁସିରେ ଜୀବନ ଅତିବାହିତ କରୁଛନ୍ତି।

Share