Categories: ଜାତୀୟ

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ବାର୍ତ୍ତାଳାପ ହୋଇଥିଲା। ହେଲେ ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଫେସ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ, କିନ୍ତୁ ଏହାପୂର୍ବରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ବୈଠକ ସମ୍ପର୍କରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି।
ସୂଚନାଯୋଗ୍ୟ, ଛତିଶଗଡ଼ରେ ବିଧାନସଭା ନିର୍ବାଚନରେ କୌଣସି ବଡ ନେତା ନ ଥାଇ ଭାଜପା ଜିତିଥିଲା। ସେଥିପାଇଁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପାଇଁ କୌଣସି ଚେହେରା ମିଳିନାହିଁ। ଡିସେମ୍ବର ୩ରେ ନିର୍ବାଚନ ଫଳାଫଳ ଆସିବାର ୪ ଦିନ ବିତିଯାଇଛି ହେଲେ କିଏ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ତାକୁ ନେଇ ପ୍ରଶ୍ନ ଲାଗି ରହିଛି। କିନ୍ତୁ ଏହି ସମୟରେ ରେଣୁକା ସିଂଙ୍କ ବୈଠକ ଏକ ନୂଆ ମୋଡ଼ ଆଣିଛି। ଏଥି ସହ କଂଗ୍ରେସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇ ନ ପାରିବା ନେଇ ଭାଜପାକୁ ଥଟ୍ଟା କରିବା ଆରମ୍ଭ କରିଛି।

Share