Posted inଖେଳ

ରେଣୁକାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୦ା୮(ପି.ଟି.): ଭାରତୀୟ ପେସ୍‌ ବୋଲର ରେଣୁକା ସିଂ ମଙ୍ଗଳବାର ପ୍ରକାଶିତ ଆଇସିସି ଟି୨୦ ମହିଳା ର଼୍ୟାଙ୍କିଙ୍ଗରେ କ୍ୟାରିୟର ଶ୍ରେଷ୍ଠ ୧୮ତମ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇଥିଲେ। ବର୍ମିଂହାମ୍‌ ଗେମ୍ସରେ ସେ ୧୧ଟି ଉଇକେଟ ଅକ୍ତିଆର କରିଥିଲେ। ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଟୁର୍ନାମେଣ୍ଟରେ ଏକ ରୌପ୍ୟ ପଦକ ପାଇଥିଲା। ରେଣୁକା ର଼୍ୟାଙ୍କିଙ୍ଗ ତାଲିକାରେ ୧୦ ସ୍ଥାନ ଉପରକୁ ଉଠିଥିବା ବେଳେ ପ୍ରଥମ ଥର ଟପ୍‌ ୨୦ରେ ପ୍ରବେଶ କରିଛନ୍ତି। ଜେମିମା ରୋଡ୍ରିଗୁଏଜ୍‌ ବର୍ମିଂହାମ୍‌ରେ ୧୪୬ ରନ ସ୍କୋର କରିବା ଦ୍ୱାରା ସେ ଫର୍ମକୁ ଫେରିଥିବା ସୂଚନା ମିଳୁଛି। ବର୍ମିଂହାମ୍‌ରେ ସେ ୧୪୬ରନ ସଂଗ୍ରହ କରିଛନ୍ତି। ସେ ୭ଟି ସ୍ଥାନ ଉପରକୁ ଉଠିଥିବା ବେଳେ ପୁଣିଥରେ ଟପ୍‌ ୧୦ ବ୍ୟାଟରମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ର଼୍ୟାଙ୍କିଙ୍ଗ ତାଲିକାରେ ସେ ୧୦ମ ସ୍ଥାନରେ ରହିଛନ୍ତି। ବ୍ୟାଟର ତାଲିକାରେ ସ୍ମୃତି ମନ୍ଧାନା ଦୁଇଟି ସ୍ଥାନ ତଳକୁ ଖସି ୩୬ତମ ସ୍ଥାନରେ ଅଛନ୍ତି। ବୋଲରମାନଙ୍କ ମଧ୍ୟରେ ବାମହାତି ସ୍ପିନର ରାଧା ଯାଦବ ୧୪ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି।...

IPL Mega Auction 2025 Live: ସବୁଠାରୁ ମହଙ୍ଗା ଖେଳାଳି ଭାବେ ଇତିହାସ ରଚିଲେ ଶ୍ରେୟାସ ଆୟର, ୨୬.୭୫ କୋଟିରେ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା...

ଛକା ମାରି ସିକ୍ୟୁରିଟି ଗାର୍ଡଙ୍କ ମୁଣ୍ଡ ଫଟାଇଦେଲେ ବିରାଟ କୋହଲି !

ପର୍ଥ,୨୪।୧୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଏହି ମୁକାବିଲାର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ବିଫଳ ହେବା ପରେ...

ନିଜ ନାଁ ବଦଳାଇ ଦେଲେ ସଞ୍ଜୁ ସାମସନ୍‌, ନେଲେ ଚମକାଇବା ଭଳି ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୧୧: ନିଜର ନାଁ ବଦଳାଇ ଦେଇଛନ୍ତି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ। ଗତ କିଛି ଦିନ ଧରି ଜବରଦସ୍ତ ଫର୍ମରେ ଥିବା ଏହି କ୍ରିକେଟର ଭିନ୍ନ...

ଭୟଙ୍କର ଦୁର୍ଘଟଣା ବେଳେ ଜୀବନ ବଞ୍ଚାଇଥିବା ୨ ଦେବଦୂତଙ୍କୁ ଏହି ଉପହାର ଦେଇଛନ୍ତି ପନ୍ତ, ଅଷ୍ଟ୍ରେଲିଆରେ ହେଲା ଖୁଲାସା…

ନୂଆଦିଲ୍ଲୀ,୨୩।୧୧: ୨୦୨୨ ଡିସେମ୍ବର ୩୦…ଏହି ତାରିଖକୁ ଭାରତୀୟ କ୍ରିକେଟ ପ୍ରଶଂସକ କେବେ ବି ଭୁଲିପାରିବେ ନାହିଁ। କାରଣ ଏହି ଦିନ କ୍ରିକେଟର ଋଷଭ ପନ୍ତ ଭୟଙ୍କର...

୩୩ କୋଟିରେ ପନ୍ତଙ୍କୁ କିଣିଲା ପଞ୍ଜାବ, ମେଗା ଅକ୍ସନ ପୂର୍ବରୁ…

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ୍‌ ମେଗା ଅକ୍ସନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏହାପରେ ଅନେକ ଖେଳାଳିଙ୍କ ଭାଗ୍ୟର ଫଳାଫଳ ଆସିବ। ନଭେମ୍ବର ୨୪ରୁ ଆରମ୍ଭ...

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ...

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri