ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିବାକୁ ଯାଉଛି। ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨ଟା ୧୫ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଛି। ତେଣୁ ଏହି ସମୟ ମଧ୍ୟରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ରତ୍ନଭଣ୍ଡାର ତଦାରଖ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଗୁରୁବାର ଭିତର ରତ୍ନଭଣ୍ଡାର ପୁନଃ ଖୋଲି ଅଳଙ୍କାର ସ୍ଥାନାନ୍ତର ହେବାକୁ ଥିବାରୁ ବୁଧବାର ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଚାଲିବ। ପରେ ସୁନାବେଶ ଦର୍ଶନ ବନ୍ଦ ରହିବା ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ସେହିପରି ଗୁରୁବାର ସକାଳ ୮ଟା ପରେ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ। କେବଳ ଅଧିକୃତ ବ୍ୟକ୍ତି ଓ ସେବା ନିୟୋଜିତ ସେବକମାନେ ପ୍ରବେଶ କରିପାରିବେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ପାଢ଼ୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କମିଟି ସଦସ୍ୟମାନେ ବାହାର ରତ୍ନଭଣ୍ଡାର ତାଲା ଭାଙ୍ଗି ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ପଦକ୍ଷେପନେଇଥିଲେ। ପରେ ନୂଆ ତାଲା ପକାଇ ସିଲ୍‌ କରିଦେଇଥିଲେ। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା। କେବଳ ପୁରୁଣା ତାଲା ଭାଙ୍ଗି ନୂଆ ତାଲା ପକାଇ ବାହାରୁ ଚାଲିଆସିଥିଲେ। ରତ୍ନଅଳଙ୍କାର ସ୍ଥାନାନ୍ତର ହୋଇପାରି ନ ଥିତ୍ଲା। ତେଣୁ ଗୁରୁବାର ପୁନର୍ବାର ସମାନ ଏସ୍‌ଓପି ଅନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ଅଳଙ୍କାର ଶ୍ରୀମନ୍ଦିର ଖଟଶେଯ ଘରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ, ଓଡ୍ରାଫ ଟିମ୍‌, ଅଗ୍ନିଶମ ବାହିନୀ ଉପସ୍ଥିତ ରହିବେ। ହାଇମାଷ୍ଟ ଲାଇଟ୍‌ ବ୍ୟବସ୍ଥା କରାଯିବ। ସେହିପରି ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି ନେଇ ସ୍ଥିତି ଅନୁଧ୍ୟାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଚିନ୍ତା ବଢ଼ାଉଛି ଜଙ୍ଗଲରେ ଗଞ୍ଜେଇ ଚାଷ

ଦାରିଙ୍ଗବାଡି,୧୬।୯(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଘଞ୍ଚ ଜଙ୍ଗଲରେ ହେଉଛି ଗଞ୍ଜେଇ ଚାଷ। ସପ୍ତାହକ ମଧ୍ୟରେ ପୋଲିସ ଜଙ୍ଗଲରୁ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ...

ରାସ୍ତା କଡ଼ରେ ଛିଡା ହୋଇଥିବା କାରକୁ ପିଟିଲା କାର୍‌: ଦୁଇ ଯାତ୍ରୀ ଗୁରୁତର

ବାଲିଗୁଡ଼ା:୧୬।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ୫୯ ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri