ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୮ରୁ ଏହି ମନ୍ଦିର ବନ୍ଦ ଥିଲା।

ଏରିଆ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, କାଠମାଣ୍ଡୁ ଜିଲା ପ୍ରଶାସନ କାର୍ଯ୍ୟାଳୟରୁ ଫେବୃୟାରୀ ୭ରେ ନିର୍ଦ୍ଦେଶ ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜନସ୍ବାସ୍ଥ୍ୟ ମାନଦଣ୍ଡ ଅନୁସରଣ କରି ମଠ, ମନ୍ଦିର, ମସ୍‌ଜିଦ ଏବଂ ଚର୍ଚ୍ଚ ପରି ସ୍ଥାନରେ ପୂଜାପାଠ, ଧ୍ୟାନ କିମ୍ବା ପ୍ରାର୍ଥନା କରାଯାଇପାରିବ ବୋଲି ଟ୍ରଷ୍ଟ କହିଛି।

ମୁଁ ମନ୍ଦିରକୁ ଆସି ବହୁତ ଖୁସି। ପୂର୍ବରୁ ଦୁଇଥର ଏଠାକୁ ଆସିଥିଲି କିନ୍ତୁ ମନ୍ଦିର ବନ୍ଦ ହୋଇଯାଇଥିଲା, ଏଥର ମନ୍ଦିର ଭିତରକୁ ଯିବାର ସୁଯୋଗ ପାଇଲି ଏବଂ ମୋତେ ବହୁତ ଭାଗ୍ୟବାନ ମନେ ହୁଏ। ମନ୍ଦିର ଭିତରକୁ ଯାଇ ପ୍ରାର୍ଥନା କଲି ବୋଲି ଜଣେ ଭକ୍ତ ଭାବବିହ୍ବଳ ହୋଇ କହିଛନ୍ତି।

Share