ପୁରୀ ଅଫିସ,୫।୭: ପୂର୍ବ ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କର ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ, ଆସନ୍ତା ୭ତାରିଖରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ସୋମବାର ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି। ଖିମଜୀ ପକ୍ଷରୁ ବିନା ମଜୁରିରେ ଏହି ମରାମତି କାର୍ଯ୍ୟ କରାଯିବ। ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କର ୨ଟି ଲେଖାଏଁ ଶ୍ରୀଭୂଜ, ଖଡୁ, ବଳା, ପାପୁଲି, ଆଙ୍ଗୁଠି ମରାମତି କରାଯିବ। ଏଥିପାଇଁ ପ୍ରାୟ ୧୨ଶହ ଗ୍ରାମ ସୁନା ଆବଶ୍ୟକ। ଶ୍ରୀମନ୍ଦିର ପକ୍ଷରୁ ଏସ୍ବିଆଇରେ ଥିବା ସୁନାକୁ ଅଣାଯାଇ ବିଧି ମୁତାବକ ବିଶୁଦ୍ଧ କରାଯାଇ ମରାମତି କାର୍ଯ୍ୟରେ ଲଗାଯିବ। ୪ ଅଭିଜ୍ଞ କାରିଗର ମରାମତି ଦାୟିତ୍ୱରେ ରହିବେ। ସୁନାବେଶରେ ମହାପ୍ରଭୁ ଏହି ସୁବର୍ଣ୍ଣ ଅଳକାର ପରିଧାନ କରିବେ।