
କଟକ,୩୧।୩: ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ କଟକ ଜିଲା ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର ହଲ୍ଟ ନିକଟରେ ରବିବାର ଲାଇନ୍ଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍ର ୧୧ଟି ବଗି ଟ୍ରାକ୍ରୁ ବାହାରି ଯାଇଥିଲା। ଦୁର୍ଘଟଣାରେ ୧୬ଜଣ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ସେମାନଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଉକ୍ତ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ଘଣ୍ଟା ପରେ ମରାମତି କାମ ଶେଷ ହେବା ପରେ ସୋମବାର ସମ୍ପୃକ୍ତ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି । ଟ୍ରାକ ମରାମତି କାମରେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ଏପରିକି ୪ଟି ଜେସିବି ମେଶିନ ନିୟୋଜିତ ହୋଇଥିଲା।
ଅନ୍ୟପକ୍ଷେ ବିଭାଗ ପପକ୍ଷରୁ ଟ୍ରେନ୍ ଦୁର୍ଘଟଣାର କାରଣ ଖୋଜା ଚାଳିଛି। ନିଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳରେ କମିଶନର ଅଫ ରେଲୱେ ସେଫ୍ଟି ଅଧିକାରୀ ପହଞ୍ଚି ତଦନ୍ତ ଆମମ୍ଭ କରିଛନ୍ତି। କାହିଁକି ଟ୍ରନ୍ ଦୁର୍ଘଟଣା ଘଟିଲା?, ଦୁର୍ଘଟଣା ପଛର କାରଣ ଖୋଜିଛନ୍ତି ସିଆରଏସ ଅଧିକାରୀ। କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ ଡିଆରଏମ୍ ଅଫିସକୁ ଯାଇ ତଥ୍ୟ ରଖିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫ୍ଟିକୁ ଚିଠି ଲେଖି ଜଣାଇପାରିବେ।